ଭୁବନେଶ୍ୱର : ଏସ. ଡି. ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’ ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ୱାଦର କାହାଣୀ । ଏଥିରେ ଓଲିଉଡ଼ର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ସାବତ ପୁଅର ଭୂମିକାରେ ଅଭିନୟ କରି ଚଳଚ୍ଚିତ୍ରର କାହାଣୀକୁ ବେଶ ଗତିଶୀଳ କରିଥିବାବେଳେ ନଜରକୁ ଆସିଛନ୍ତି ଦେବା ଓ ଦିବ୍ୟାଙ୍କ ରୋମାଣ୍ଟିକ ଯୋଡି । ଦୁଇ ଜଣଙ୍କ ଯୋଡି ଏବେ ଦର୍ଶକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଦେବା କାହାଣୀର ସିଦ୍ଧାନ୍ତ ମହାପାତ୍ରଙ୍କ ସାନ ଭାଇର ଏକ ବିନ୍ଦାସ ଚରିତ୍ରରେ ସାନଦାର ନିଖୁଣ ଅଭିନୟ କରିଥିବାବେଳେ ଦିବ୍ୟା ଏକ ସରଳ ଓ ସୁଧାର ଜୀବନ ଜିଉଁଥିବା ସ୍କୁଲ ଶିକ୍ଷୟିତ୍ରୀ ଭୂମିକାକୁ ଜବରଦସ୍ତ ପ୍ରତିପାଦନ କରି ପାଇଛନ୍ତି। ଦେବା ନିଶାକୁ ଜୀବନର ସର୍ବସ୍ଵ ଭାବି ନିଜ ଆନ୍ଦାଜରେ ଚାଲୁଥିବାବବେଳେ ଦେଖାହୁଏ ଦିବ୍ୟା ସହିତ। ଦୁହେଁ ଦୁହିଁଙ୍କୁ ଭଲ ପାଇଁ ବସନ୍ତି।

ବଦଳିଯାଏ ଦେବାର ଜୀବନ ଶୈଳୀ। ଏ କାହାଣୀର ଅନ୍ୟ ଗୁରୁତ୍ୱପୂର୍ଣ ଚରିତ୍ର ଅଛନ୍ତି ଶିବ, କୁନା ତ୍ରିପାଠୀ, କେ. କେ, କାଳୀ, ବିଜୁ ବଡ଼ଜେନା, ଦିପ୍ତୀରେଖା ପଣ୍ଡା, ସୁପ୍ରିୟା, ମୀତା ଚକ୍ରବର୍ତ୍ତୀ, ନୁପୁର ଘୋଷ ପ୍ରମୁଖ। ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ସାହୁ ଥିଲାବେଳେ, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏନ. ପାଢ଼ୀ । ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ। ସଂଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମଟି ଜନାଦୃତ ହେବ ବୋଲି ସବୁଠି ଗୁଞ୍ଜରିତ ହେଉଛି।
ଖୁବ୍ ଶୀଘ୍ର ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’
Popular Categories



