www.samajalive.in
Monday, December 8, 2025
27.1 C
Bhubaneswar

ସନସାଇନ୍ ହସ୍ପିଟାଲରେ ଅତ୍ୟାଧୁନିକ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନର ଜାତୀୟ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର : ସନସାଇନ ହସ୍ପିଟାଲ ଭୁବନେଶ୍ୱରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସ୍ନାୟୁ ରୋଗ ବିଭାଗର ଅଗ୍ରଣୀ ହସ୍ପିଟାଲ୍ । ଗତ ରବିବାର ୨ ଜୁଲାଇ ୨୩ରେ ସନସାଇନ ହସ୍ପିଟାଲରେ ଅତ୍ୟାଧୁନିକ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀର ଜାତୀୟ କର୍ମଶାଳା (National Workshop) ଅନୁଷ୍ଠିତ ହୋଇଯାଇଛି। ଏହି ଅତ୍ୟାଧୁନିକ ସ୍ପାଇନ ସର୍ଜରୀ ଦେଶରେ ବହୁ କମ୍ ସ୍ଥାନରେ ହୋଇପାରୁଛି ତନ୍ମଧ୍ୟରୁ ରାଜ୍ୟରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ସନସାଇନ୍ ହସ୍ପିଟାଲ ଅନ୍ୟତମ।
ଉକ୍ତ କର୍ମଶାଳାରେ ସନସାଇନ ହସ୍ପିଟାଲର ଲେଜର/ବାଇ ପୋର୍ଟାଲ ଏଣ୍ଡୋ ସ୍ପାଇନ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଆତ୍ମାରଞ୍ଜନ ଦାଶଙ୍କ ସମେତ ଉକ୍ତ ହସ୍ପିଟାଲର ଡାଇରେକ୍ଟର ତଥା ସ୍ନାୟୁ ବିଭାଗର ମୁଖ୍ୟ ଡାକ୍ତର ପୟୋଦ କୁମାର ଜେନା, ନ୍ୟୁରୋ ଏବ୍ଂ ସ୍ପାଇନ ଶଲ୍ୟ ବିଭାଗର ମୁଖ୍ୟ ତଥା ଡାଇରେକ୍ଟର ଏବଂ ପ୍ରିନ୍ସପାଲ କନସଲଟାଣ୍ଟ ବ୍ରିଗେଡ଼ିଅର ପ୍ରଫେସର ପ୍ରଫୁଲ୍ଲ କୁମାର ସାହୁ, ଡାଇରେକ୍ଟର ଏବଂ ବିଶିଷ୍ଟ ଶିଳ୍ପପତି, ଡାକ୍ତର ଅୟସକାନ୍ତ ମହାନ୍ତି ଏବଂ ଡାକ୍ତର ରୋଶନ ସାହୁ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାରେ ଦେଶ/ ବିଦେଶର ବହୁ ସୁନାମଧନ୍ୟ ବିଶେଷଜ୍ଞ ଅଂଶ ଗ୍ରହଣ କରି ଆତ୍ୟାଧୁନିକ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀ ଉପରେ ଅତ୍ୟନ୍ତ ଉପାଦେୟ ଆଲୋଚନା କରିଥିଲେ। ଡାକ୍ତର ଆତ୍ମାରଞ୍ଜନ ଦାଶଙ୍କ ଏହି ଆତ୍ୟାଧୁନିକ ସ୍ପାଇନ ସର୍ଜରୀ ଉପରେ ଉପସ୍ଥାପନା ଗବେଷଣାଭିତ୍ତିକ ଓ ଉପାଦେୟ ଥିଲା।
ପ୍ରକାଶ ଥାଉ କି, ଏହି କର୍ମଶାଳାରେ ଡାକ୍ତର ଆତ୍ମାରଞ୍ଜନ ଦାଶ୍ ଦୁଇ ଜଣ ଅଣ୍ଟା ବ୍ୟଥା ଭୋଗୁଥିବା ସିଆଟିକା ରୋଗୀଙ୍କର ବାଇ ପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀ କରି ପ୍ରଦର୍ଶିତ କରିଥିଲେ। ଡାକ୍ତର ଆତ୍ମାରଞ୍ଜନ ଦାଶ ସନସାଇନ୍ ହସ୍ପିଟାଲରେ ବହୁ ମେରୁଦଣ୍ଡ ରୋଗୀ ମାନଙ୍କ ସର୍ଜରୀ ଏହି ଆତ୍ୟାଧୁନିକ ପଦ୍ଧତିରେ ସଫଳ ଭାବରେ କରି ସୁନାମ ଅର୍ଜନ କରିଛନ୍ତି। ଡାକ୍ତର ଦାଶ ଏହା ପୂର୍ବରୁ ସନସାଇନ୍ ହସ୍ପିଟାଲରେ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀର ପ୍ରଶିକ୍ଷଣ ବହୁ ବିଦେଶୀ (ଇଉରୋପ, ଇରାକ, କେନିଆ, ସାଉଦି ଆରବ, ମାଲେସିଆ ଏବଂ ଲଗଜମବର୍ଗ) ଡାକ୍ତରଙ୍କୁ ସଫଳତାର ସହ ପ୍ରଦାନ କରି ସାରିଲେଣି।
ଏହା ସହିତ ସନସାଇନ୍ ହସ୍ପିଟାଲ ଗତ ୨୦୨୨ ମସିହାରେ ହାଇଟେକ୍ ମେଡିକାଲ୍ କଲେଜ ସହଭାଗିତାରେ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀର ପ୍ରଥମ ଅନ୍ତର୍ଜାତୀୟ କର୍ମଶାଳା (BESCON) ସମ୍ପାଦନ କରିବାର ଗୌରବ ଅର୍ଜନ କରିଛି।
ଏହି ହସ୍ପିଟାଲ ସବୁବେଳେ ସମସ୍ତ ନାଗରିକମାନଙ୍କୁ ଆନ୍ତର୍ଜାତୀୟ ମାନର ସ୍ୱାସ୍ଥ୍ୟ ସେବା ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ। ରୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୁରଣ ପାଇଁ ଡାକ୍ତରଖାନାରେ ନ୍ୟୁରୋ ସାଇନ୍ସ ବିଶେଷଜ୍ଞ ମାନଙ୍କର ଏକ ବିଶେଷ ଟିମ ଗଠନ କରାଯାଇ ସ୍ନାୟୁ ରୋଗର ସମସ୍ତ ପ୍ରକାରର ସମସ୍ୟାକୁ ସ୍ଵଳ୍ପ ଖର୍ଚ୍ଚ, ଅତ୍ୟାଧୁନିକ ଯନ୍ତ୍ରପାତିରେ ରୋଗୀର ଯଥା ଶୀଘ୍ର ଆରୋଗ୍ୟ ଲାଭ, ଉତ୍ତମ ସେବା ତଥା ସରଳୀକରଣ ଚିକିତ୍ସା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।
ଏପିଲେପ୍ସି, ବ୍ରେନ ଷ୍ଟ୍ରୋକ, ମେରୁଦଣ୍ଡର ସମସ୍ତ ଆଧୁନିକ ଚିକିତ୍ସା, ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର, ସ୍ପାଇନାଲ୍ କର୍ଡ ଅସ୍ତ୍ରୋପଚାର, ଏଣ୍ଡୋ ସ୍ପାଇନ ଅସ୍ତ୍ରୋପଚାର ଆଦି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଇ ସାରା ରାଜ୍ୟରେ ତଥା ପୂର୍ବ ଭାରତରେ ଗୌରବ ହାସଲ କରି ସାରିଛି। ସେହି ପରି ଓଡ଼ିଶା ସରକାରଙ୍କର ଦ୍ଵାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟର ବହୁ ରୋଗୀ ମାନଙ୍କୁ ମାଗଣାରେ ଉନ୍ନତ ସେବା ଯୋଗାଇ ଦେଇଥିବାରୁ ରାଜ୍ୟ ସରକାର ଅନେକବାର ଉଚ୍ଚ ପ୍ରଶଂସା କରିଛନ୍ତି।
ଲେଜର ତଥା ବାୟୋପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀ ମାଧ୍ୟମରେ ଜଟିଳ ଓ ବହୁ ପୁରାତନ ଅଣ୍ଟା ଯନ୍ତ୍ରଣାର ସରଳ ଚିକିତ୍ସା କରାଯାଇ ଦୁଇ ଦିନ ମଧ୍ୟରେ ରୋଗୀଙ୍କୁ ଘରକୁ ଛାଡ଼ି ଦିଆଯାଉଛି। ଏହି ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ସର୍ବନିମ୍ନ ଖର୍ଚ୍ଚ, ଯାହା ସବୁ ବର୍ଗର ଲୋକଙ୍କୁ ସୁହାଇ ପାରୁଥିବା ଭଳି ଏକ ସ୍ଵତନ୍ତ୍ର ପ୍ୟାକେଜ, ସନସାଇନ ହସ୍ପିଟାଲ୍ ତରଫରୁ ଘୋଷଣା କରାଯାଇଛି। ପରିଶେଷରେ ଅନୁଷ୍ଠାନର ସିଇଓ ଶ୍ରୀ ରାଜେଶ ଦତ୍ତ ନିମନ୍ତ୍ରିତ ସମସ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories