www.samajalive.in
Monday, December 8, 2025
20.1 C
Bhubaneswar

୬ ମାସର ଶିଶୁ ପିଠିରେ ବୃଦ୍ଧି ପାଉଛି ମାଂସ ପିଣ୍ଡୁଳା ଚିକିତ୍ସା ପାଇଁ ଅର୍ଥ ଅଭାବ

କଲମପୁର : ଏକ ୬ ମାସର ଶିଶୁ ପିଠିରେ ବୃଦ୍ଧି ପାଉଛି ମାଂସ ପିଣ୍ଡୁଳା। ତାର ଚିକିତ୍ସା ପାଇଁ ଗରୀବ ବାପା ମାଁଙ୍କ ପାଖରେ ଅର୍ଥ ର ଅଭାବ। ନିଜ ସନ୍ତାନର ଏଭଳି ଅବସ୍ଥା ଦେଖି ଅସହାୟ ହେଇ ପଡୁଛନ୍ତି ବାପା ମାଁ। କିଭଳି ନିଜ ସନ୍ତାନର ଚିକିତ୍ସା କରାଇବେ ସେଇ ଚିନ୍ତାରେ। ଏଭଳି ଜଣେ ଅସହାୟ ବାପା ମାଁଙ୍କୁ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ବିରିକୋଟ ଗାଁରେ। ବାପା ରାଜେନ୍ଦ୍ର ନାଏକ ଓ ମାଁ ଲଳିତାଙ୍କ ଔରଷରୁ ଗତ ଡିସେମ୍ବର ମାସରେ ଜନ୍ମ ନେଇଥିଲା ଏକ ଶିଶୁ ସନ୍ତାନ ଶୁଭଜିତ।
ଘରେ ପୁଅଟିଏ ଜନ୍ମ ନେବା ପରେ ପରିବାର ତଥା ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ଦେଖା ଦେଇଥିଲା ଖୁସିର ବାତାବରଣ। କିନ୍ତୁ ଏହି ଖୁସି ପାଣି ଫୋଟକା ଭଳି ମିଳେଇଗଲା ଯେତେବେଳେ ଦେଖିଲେ ପୁଅର ପିଠିରେ ଏକ ମାଂସ ପିଣ୍ଡୁଳା। ତୁରନ୍ତ ତାର ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୀର ସୁରେନ୍ଦ୍ର ସାଏ ମେଡେିକାଲ କଲେଜ ଓ ସେଠାରୁ କଟକ ଶିଶୁ ଭବନ ସ୍ଥାନାନ୍ତରିତ କରିଥିଲେ। ଏଭଳି ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ରହିଛି ସଅଳ ରୋଗ ନିରୁପଣ କେନ୍ଦ୍ର। ଏହିଠାରୁ ଶିଶୁର ଅସୁବିଧା ସମ୍ବନ୍ଧରେ ଅଭିଜ୍ଞ ଡାକ୍ତର ଜାଣିବା ପରେ ତାର ଅଧିକ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ପଠାଇଥାନ୍ତି। କଟକ ଶିଶୁ ଭବନ ଠାରେ ଆବଶ୍ୟକ ପରୀକ୍ଷା ପରେ ନିଷ୍ପତି ନେଇଥାନ୍ତି। କିନ୍ତୁ ଏଥିପାଇଁ ପରିବାରକୁ ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ ଆବଶ୍ୟକ ହୋଇଥାଏ। ସ୍ୱାସ୍ଥ୍ୟ ବୀମା କାର୍ଡ ଥିବା ହିତାଧିକାରୀ ସରକାରଙ୍କ ଦ୍ୱାରା ଉପଲବ୍ଧ ମାଗଣା ସ୍ୱାସ୍ଥ୍ୟ ସେବା ପାଇଥାଏ। କିନ୍ତୁ ଯେତେବେଳେ କଳାହାଣ୍ଡିରେ ସ୍ୱାସ୍ଥ୍ୟ ବୀମାକାର୍ଡ ପ୍ରସ୍ତୁତି କରାଗଲା ସେତେବେଳେ ରାଜେନ୍ଦ୍ର ବିବାହ କରିନଥିଲା। ତେଣୁ ତାର କୌଣସି ସ୍ୱତନ୍ତ୍ର ବୀମା କାର୍ଡ ନଥିବାରୁ କଟକ ଶିଶୁ ଭବନରେ ଶିଶୁର ଚିକିତ୍ସା ପାଇଁ ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବାର ସୂଚନା ଦେଇଥିଲେ। କିନ୍ତୁ ଏତେଗୁଡାଏ ଟଙ୍କା ଯୋଗାଡ କରି ଏହି ବ୍ୟୟ ବହୁଳ ଚିକିତ୍ସା କରାଇବାରେ ଅସମର୍ଥ ଏହି ଗରୀବ ଦମ୍ପତି। ଶେଷରେ ନିରାଶ ହୋଇ ନିଜ ସନ୍ତାନକୁ ନେଇ ଘରକୁ ଫେରିଥିଲେ। ଯଦି କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ପାରିଲେ ତେବେ ଏହି ଗରୀବ ଦମ୍ପତିଙ୍କ ଶିଶୁ ପାଇଁ କାହିଁକି ଅର୍ଥ ଯୋଗାଡ କରି ପାରିବେ ନାହିଁ ? ସରକାର ଯୋଜନା ତେବେ କାହା ପାଇଁ ? ତେଣୁ ତୁରନ୍ତ ଏହି ଶିଶୁର ଚିକିତ୍ସାରେ ସହାୟତା ଯୋଗାଇବା ପାଇଁ ଜନସାଧରଣରେ ଦାବି ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories