www.samajalive.in
Monday, December 8, 2025
20.1 C
Bhubaneswar

୨୦ଜଣ ଯୁବ ଜ୍ୟୋତିର୍ବିଦ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ ଯୁବ ଜ୍ୟୋତିର୍ବିଦ୍‌ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ଜଣ ଯୁବ ଜ୍ୟୋତିର୍ବିଦ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୨୦୧୯ ମେ’ରେ ଏହି ଯୁବ ଜ୍ୟୋତିର୍ବିଦ୍‌ ବିଜେତା ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଇସ୍ରୋ) ପରିଦର୍ଶନର ସୁଯୋଗ ପାଇବେ । ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ବର୍ଷ ୬୩ହଜାର ଛାତ୍ରଛାତ୍ରୀ ଏହି ଯୁବ ଜ୍ୟୋତିର୍ବିଦ୍‌ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୦ଜଣଙ୍କୁ ମନୋନୀତ କରାଯାଇଥିଲା । ଚୂଡ଼ାନ୍ତ ପର୍ଯ୍ୟାୟରେ ୨୦ଜଣ ଛାତ୍ରଛାତ୍ରୀଙ୍କୁ ଯୁବ ଜ୍ୟୋତିର୍ବିଦ୍‌ ପୁରସ୍କାର ବିଜେତା ଘୋଷଣା କରାଯାଇଥିଲା । ରାକେଶ ସାହୁ, ବାଲାଜି ବେହେରା, ଶୁଭେନ୍ଦୁ ଦାଶ, ଭାବନା ଭୋମିଷ୍ଠା, ହର୍ଷିତା ପ୍ରିୟଦର୍ଶିନୀ, ବାସୁଦେବ ସିଂହ, ବିଭୁପ୍ରସାଦ ତିପ୍ରାଠୀ, ମହମ୍ମଦ ଇଜ୍‌ହାର ଅଲି, ଶାଶ୍ୱତୀ ପ୍ରିୟଦର୍ଶିନୀ, ନବ୍ୟନବେଲି ଆଚାର୍ଯ୍ୟ, ସୁମନ୍ତ ସାହୁ, ଶକ୍ତିପ୍ରସାଦ ଦାଶ, ସମୃଦ୍ଧି ଅଗ୍ରୱାଲ, ଶିବାଙ୍ଗୀ ସୁବଦ୍ଧି, ଶୁଭଶ୍ରୀ ସେନାପତି, ଅଲିଭା ଜ୍ୟୋତି ରାଉତ, ଈପ୍‌ସିତା ଦାଶ, ମିତା ହରିଜନ ଓ ଆଦିତି ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଡ.ଆନନ୍ଦ ହୋତା, ପ୍ରଫେସର ତରୁଣ ସୌରାଦୀପ, ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories