www.samajalive.in
Monday, December 8, 2025
27.1 C
Bhubaneswar

ଏନ୍‍ଆଇଟି ରାଉରକେଲାରେ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଉପରେ ନୂଆ ଆବିଷ୍କାର

ରାଉରକେଲା: ଅର୍ଥନୀତି ଓ ସାର୍ବଜନିକ ସ୍ୱାସ୍ଥ୍ୟରେ ବାସ୍ତବିକ ଦୁନିଆରେ ଘଟୁଥିବା ସମସ୍ୟାର ସମାଧାନ ଖୋଜିବା ପୂର୍ବରୁ ଅସମ୍ଭବ ଥିଲା। କିନ୍ତୁ ଏବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଏମିତି ଗୋଟିଏ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ମୋଡେଲର ଆବିଷ୍କାର କରିଛନ୍ତି ଯାହାଦ୍ୱାରା ଏହିସବୁ ସମସ୍ୟାର ସମାଧାନ ହୋଇପାରିବ। ଏନ୍‍ଆଇଟି ରାଉରକେଲା ଗଣିତ ବିଭାଗର ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଛାତ୍ର ପ୍ରମୋଦ କୁମାର ପରିଡା ତଥା ଜୋହାନ୍ସବର୍ଗ ବିଶ୍ୱବିଦ୍ୟାଳୟର ଟିହିଲିଡିଜୀ ମାରବାଲା ପ୍ରଥମଥର ପାଇଁ ଏମିଟି ମୋଡେଲର ଆବିଷ୍କାର କରିଛନ୍ତି, ଯାହା ଅନ୍ଧବିଶ୍ୱାସର କାରଣ ଖୋଜି ବାହାର କରିବ। ଯେତେବେଳେ ବି କୌଣସି ମଣିଷ ସହ କିଛି ଖରାପ ହୁଏ କିମ୍ବା ସେ ଦୁର୍ଘଟଣାର ସାମନା କରେ ସେତେବେଳେ ସେ ଏହା ପଛର କାରଣ ଖୋଜେ ତଥା ଏହାକୁ ଅନ୍ଧବିଶ୍ୱାସରେ ଜୋଡିଥାଏ। କିନ୍ତୁ ଏହିସବୁ ପଛରେ ବୈଜ୍ଞାନିକ କାରଣ ଅଛି ବୋଲି ଏହି ମୋଡେଲ ପ୍ରମାଣିତ କରିଛି। ଏହି ‘ମଲ୍ଟିଭେରାଇଟି ଏଡିଟିଭ ନୋଏଜ ମୋଡେଲ ଫର୍‍ କମ୍ପ୍ଲିଟ୍‍ କେଜୁଆଲ ଡିସ୍‍କଭରୀ’ (ଏମ୍‍ଏଏନ୍‍ଏମ୍‍) ମୋଡେଲ ଗୋଟିଏ ସମସ୍ୟାର ବିଭିନ୍ନ କାରଣଗୁଡିକର ଅନୁସନ୍ଧାନର କରିବାରେ ସକ୍ଷମ। ଅନୁସନ୍ଧାନ ପତ୍ରିକା ନ୍ୟୁରାଲ ନେଟୱାର୍କରେ ଏହା ବିଷୟରେ ପ୍ରକାଶିତ ହୋଇଛି। ଲୋକମାନଙ୍କର ମନରେ ଗୋଟିଏ ଧାରଣା କିମ୍ବା ଅନ୍ଧବିଶ୍ୱାସ ରହିଛି ଯେ ବାଟରେ ଯିବାବେଳେ ଯଦି ବିଲେଇ ରାସ୍ତା କାଟିଦିଏ କିମ୍ବା ଛାତ ଉପରେ ଯଦି ପେଚା ବସେ ତେବେ କିଛି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। କିନ୍ତୁ ଏହି ମୋଡେଲ ଏହାକୁ ଭୁଲ ପ୍ରମାଣିତ କରିବ। ଏହି ମୋଡେଲ ଦ୍ୱାରା ଏହା ପ୍ରମାଣିତ କରିହେବ ଯେ, ଏହି ଦୁଇଟି ଘଟଣା ମଧ୍ୟରେ କିଛି ସମ୍ପର୍କ ନାହିଁ। ଏହି ବିଷୟରେ ଗଣିତ ବିଭାଗର ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ କୁହନ୍ତି, ‘ଆମର ଗୋଟିଏ ଧାରଣା ରହିଛି ଯେ ଯଦି ଛାତ ଉପରେ ପେଚା ରହେ ତେବେ ସେହି ଘର ଋଣରେ ବୁଡିଯାଏ। କିନ୍ତୁ ଏହାର ଗୋଟିଏ ସ୍ୱରୂପ ରହିଛି। ଆମ ଜୀବନରେ ଯାହା ଘଟେ ତାହାର ସଂପର୍କ ବିଲେଇ ଅଥବା ପେଚା ସହ ନାହିଁ ବରଂ ଏହା ପଛରେ ଅନ୍ୟ କାରଣ ରହିଛି। ଏହା ଆଗରୁ ଅନୁସନ୍ଧାକାରୀ ଏହି ସବୁ ସମସ୍ୟାର ଦୁଇଟି କାରଣ ଖୋଜିଥିଲେ କିନ୍ତୁ ଏହି ମୋଡେଲ ବିଭିନ୍ନ କାରଣ ଖୋଜିବାରେ ସକ୍ଷମ’। ଅନୁସନ୍ଧାନକାରୀ ପ୍ରମୋଦ ପରିଡା କୁହନ୍ତି, ‘କୌଣସି ମନୁଷ୍ୟ ଋଣର ବୋଝ ତଳେ ଦବିଥିଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଏହି ସବୁର କାରଣ ଖୋଜିବା ପାଇଁ ଦୁଇଟି କାରଣ ଯଥେଷ୍ଟ ନୁହେଁ। ଏହି କ୍ଷେତ୍ରରେ କାରଣ ସିନ୍ଧାନ୍ତ କାର୍ଯ୍ୟକାରୀ ହେବ ନାହିଁ। ଯଦି କେହି ଋଣର ବୋଝରେ ଅଛନ୍ତି ତେବେ ଏହାର ଅନେକ କାରଣ ରହିଛି। ଏହିସବୁ କାରଣ ଏହି ମୋଡେଲ ଦ୍ୱାରା ଖୋଜା ଯାଇ ପାରିବ। ଖାସ୍‍ କରି ଘରର ଆୟ, ବ୍ୟୟ ଆଦିର ହିସାବ ରଖାଯାଇ ପାରିବ। ଏମ୍‍ଏଏନ୍‍ଏମ୍‍ ଡାଇରେକ୍ଟେଟେଡ୍‍ ଏସାଇକ୍ଲିକ ଗ୍ରାଫ୍‍ (ଡିଏଜି) ଉପରେ ଆଧାରିତ’।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories