www.samajalive.in
Tuesday, December 9, 2025
16.1 C
Bhubaneswar

୧୧ ବର୍ଷରେ ଇଞ୍ଜିନିୟର ଅଧ୍ୟାପକ

ନୂଆଦିଲ୍ଳୀ: ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୧ ବର୍ଷର ବାଳକ ସିଭିଲ, ମେକାନିକାଲ୍‍ ଓ ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ଇଞ୍ଜିନିୟରିଂ ଶିଖିବା ପାଇଁ ସେ ଇଣ୍ଟରନେଟ୍‍ର ସାହାରା ନେଇଛନ୍ତି। ଉଲ୍ଲେଖନୀୟ ହେଲା ସେ ଏଥିପାଇଁ କୌଣସି ପାରିଶ୍ରମିକ ନେଉ ନାହାନ୍ତି।
ହାସନ୍‍ ନାମକ ଏହି ଛାତ୍ର ଜଣକ ଏ ସମ୍ପର୍କରେ କହିଛନ୍ତି ଯେ ଭାରତରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ବିଦେଶରେ ନ୍ୟୁନ ଶ୍ରେଣୀରେ କାମ କରୁଥିବା ସେ ଏକ ଭିଡିଓରୁ ଦେଖିଥିଲେ। ଏହାପରେ ସେ ଏହାର କାରଣ ଖୋଜିବାକୁ ଚେଷ୍ଟା କରିଥିଲେ। ପରେ ସେ ଜାଣିପାରିଥିଲେ ଯେ ଇଞ୍ଜିନିୟରିଂ ସମ୍ପର୍କିତ ମୂଳ ଭିତ୍ତି ଓ ଆଧାର ବିଷୟରେ ଅଜ୍ଞ ଥିବାରୁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ବିଦେଶରେ ଚାକିରି ପାଇପାରୁନାହାନ୍ତି। ଏହାର ନିରାକରଣ ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି।
ସ୍କୁଲ୍‍ରୁ ଫେରିବା ପରେ ସେ ନିଜ ହୋମ୍‍ୱାର୍କ ଓ ଖେଳାଖେଳି ସାରି ସନ୍ଧ୍ୟା ୬ଟା ପରେ ତାଙ୍କଠାରୁ ଦୁଇ ଗୁଣା ବଢ଼ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ବୟସରେ ସାନ ହେଲେ ମଧ୍ୟ ପଢ଼ାଇବାର ଶୈଳୀ ଓ ଜ୍ଞାନ ଦୃଷ୍ଟିରୁ ସେ ଅଧିକ ଉନ୍ନତ ବୋଲି ଜଣେ ଇଞ୍ଜିନିୟର ଛାତ୍ର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories