www.samajalive.in
Monday, December 8, 2025
13.1 C
Bhubaneswar

‘ଶିଶୁ ଚାଣକ୍ୟ’ ଆୟୁଷ୍ମାନ

ଭୁବନେଶ୍ୱର : ବିସ୍ମୟ ବାଳକ ଆୟୁଷ୍ମାନ। ବୟସ ମାତ୍ର ସାଢ଼େ ତିନି ବର୍ଷ। ଭଲରେ କଥା କହିବା ଶିଖି ନାହାନ୍ତି। ହେଲେ ବିଚକ୍ଷଣ ବୁଦ୍ଧି ଏବଂ ସ୍ମରଣ ଶକ୍ତିର ଅଧିକାରୀ ଯୋଗୁଁ ସେ ବିଭିନ୍ନ ଦେଶର ରାଜଧାନୀ, ଏହାର ପଡ଼ୋଶୀ ଦେଶର ସ୍ଥିତି ବିଷୟରେ ନିଖୁଣ ଭାବେ ବଖାଣି ପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭା ଯୋଗୁଁ ଲୋକେ ତାଙ୍କୁ ‘ଶିଶୁ ଚାଣକ୍ୟ’ ବୋଲି କହୁଛନ୍ତି।
ଆୟୁଷ୍ମାନଙ୍କ ବାପା ଜଣେ ଚକ୍ଷୁ ଡାକ୍ତର। ୟୁନିଟ୍‌ ୩ସ୍ଥିତ କାଳୀ ମନ୍ଦିର ନିକଟରେ ରହୁଛନ୍ତି। ଆୟୁଷ୍ମାନଙ୍କ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ ହୋଇନାହିଁ। ଲକ୍‌ଡାଉନ୍‌ ଯୋଗୁଁ ଘରେ ମା’ଙ୍କ ପାଖରୁ ବିଭିନ୍ନ ଦେଶ ଓ ସେମାନଙ୍କ ରାଜଧାନୀ ବିଷୟରେ ଜାଣି ଥିଲେ। ଏତେ କମ୍‌ ବୟସରେ ତାଙ୍କର ଏଭଳି ପ୍ରତିଭା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଚକିତ ହୋଇପଡ଼ୁଛନ୍ତି।

ଆୟୁଷ୍ମାନଙ୍କ ମା’ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ କହିବା ଅନୁସାରେ, ସେ ଛୋଟ ବେଳୁ ଚପଳ ସ୍ବଭାବର। ସମସ୍ତ ଜିନିଷକୁ ଖୁବ୍‌ଶୀଘ୍ର ମନେ ରଖିପାରେ। ଘର ପାଖରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦେଖିଲେ ତା’ର କାନ୍ଦ ବନ୍ଦ ହୋଇଯାଏ। ଯେତେବେଳେ ସେ କଥା କହିବା ଆରମ୍ଭ କଲା ମା’ କି ବାପା ଡାକିବା ପରିବର୍ତ୍ତେ ବିଭିନ୍ନ ଦେଶର ନାଁ କହିବା ଶିଖାଇଥିଲୁ। ଏହି ନାଁ ଉଚ୍ଚାରଣ ପାଇଁ ତାକୁ ୪ରୁ ୫ଦିନ ସମୟ ଲାଗିଗଲା। ୨୦ଦିନ ଭିତରେ ଆୟୁଷ୍ମାନ ୧୦ଟି ଦେଶ ଓ ତା’ର ରାଜଧାନୀର ନାଁ କହିପାରିଲା। ତା’ର ଏଭଳି ସ୍ମରଣଶକ୍ତି ଦେଖି ତାକୁ ପଢ଼ାଇବା ପାଇଁ ଇଚ୍ଛାଶକ୍ତି ବଢ଼ିଥିଲା। ସାଧାରଣ ଜ୍ଞାନ, ଦେଶର ପ୍ରଥମ ସ୍ଥାନରେ ରହିଥିବା ବ୍ୟକ୍ତି ଏବଂ ଓଡ଼ିଶା, ଭାରତ ସମ୍ପର୍କରେ ବିଭିନ୍ନ ବିଷୟରେ ଜ୍ଞାନ ବାଣ୍ଟିଥିଲୁ। ଏତେ କମ୍‌ ବୟସରେ ମଧ୍ୟ ପାଠପଢ଼ା ବ୍ୟତୀତ ତାକୁ ଘଣ୍ଟାଏ ଦେଶବିଦେଶ ଉପରେ ଶିକ୍ଷା ଦିଆଯାଉଛି। କେବଳ ଏତିକି ନୁହେଁ ସେ ପରମାଣୁର କ୍ରମିକ ସଂଖ୍ୟା ମନେରଖିପାରୁଛି ବୋଲି ପ୍ରିୟଙ୍କା କହିଛନ୍ତି। ତାଙ୍କର ଏଭଳି ପ୍ରତିଭା ଜଣାପଡ଼ିବା ପରେ ବିଭିନ୍ନ ବିଦ୍ୟାଳୟରୁ ଅଧ୍ୟୟନ ପାଇଁ ପ୍ରସ୍ତାବ ଆସୁଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories