www.samajalive.in
Tuesday, December 9, 2025
17.1 C
Bhubaneswar

ମୁଙ୍ଗେର-ନଦୀ, ନାଳରୁ ବାହାରୁଛି ଏକେ-୪୭ବନ୍ଧୁକ

ମୁଙ୍ଗେର: ମାରଣାସ୍ତ୍ର ନିର୍ମାଣ ଓ ଚୋରାଚାଲାଣ ପାଇଁ କୁଖ୍ୟାତ ମୁଙ୍ଗେର ଏଣିକି ପୁଲିସ ଛାଉଣିରେ ପରିଣତ ହୋଇଯାଇଛି। କାରଣ ଏହି ଅଞ୍ଚଳର କେଉଁଠି ମାଟି ତଳୁ ତ’ କେଉଁଠି କୂଅ ଭିତରୁ ବାହାରୁଛି ଏକେ-୪୭ ବନ୍ଧୁକ ଓ ଏହାର ଯନ୍ତ୍ରାଶଂ।
ବୁଧବାର ଏସପି ବାବୁରାମଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍‍ ବୁଡ଼ାଳୀଙ୍କ ସହଯୋଗରେ ମୁଙ୍ଗେର ନଦୀ ଓ ନାଳ ଭିତରେ ସନ୍ଧାନ ଆରମ୍ଭ କରିଛନ୍ତି। କିଛି ମାରଣାସ୍ତ୍ର ଚୋରା ଚାଲାଣକାରୀ ଏହି ସବୁ ସ୍ଥାନରେ ବନ୍ଧୁକ ଓ ଏହାର ଯନ୍ତ୍ରାଂଶ ଲୁଚାଇ ରଖିଥିବା ପୁଲିସ ଖବର ପାଇବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ବନ୍ଧୁକ ଚୋରା ଚାଲାଣ ପାଇଁ କୁଖ୍ୟାତ ମୁଙ୍ଗେରରେ ଏହି ସବୁ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟପ୍ରଦେଶରୁ ଆସିଥିଲା। ସେନାଙ୍କ ପାଇଁ ନିର୍ମିତ ଏହି ମାରଣାସ୍ତ୍ରକୁ କିଛି ଚୋରା ଚାଲାଣକାରୀ ମୁଙ୍ଗେର ଆଣି ଲୁଚାଇ ରଖିଥିଲେ।
ଜିଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ମହମ୍ମଦ ଇମରାନଙ୍କୁ ୨୯ଅଗଷ୍ଟରେ ପୁଲିସ ଗିରଫ କରିଥିଲା। ଏହି ଯୁବକ ଜଣକ ଜବଲପୁରରୁ ୩ଟି ଏକେ-୪୭ନେଇ ମୁଙ୍ଗେର ଆସୁଥିଲେ। ଉକ୍ତ ଯୁବକଙ୍କୁ ଗିରଫ କରିବା ପରେ ବନ୍ଧୁକ ଚୋରା ଚାଲାଣକାରୀ ରାକେଟ୍‌ର ପର୍ଦାଫାସ କରିଥିଲା। ୭ସେପ୍ଟେମ୍ବରରେ ବରଦହ ଗ୍ରାମରେ ଶମଶେର ଆଲମଙ୍କ ଭଉଣୀ ରିଜବାନା ଖାତୁନଙ୍କ ନିକଟରୁ ପୁଲିସକୁ ଆଉ ୩ଟି ଅତ୍ୟାଧୁନିକ ବନ୍ଧୁକ ମିଳିଥିଲା। ବନ୍ଧୁକ ଚୋରାଚାଲାଣ ଅଭିଯୋଗରେ ୮ସେପ୍ଟେମ୍ବରରେ ବାଗଡୋଗରା ସ୍ଥିତ ସେନା ଶିବିରରୁ ପୁଲିସ ଲାନ୍ସ ନାୟକ ମହମ୍ମଦ ନିୟାଜୁଲ ରହମାନଙ୍କୁ ଗିରଫ କରିଥିଲା। ସେହିପରି ୧୪ ସେପ୍ଟେମ୍ବରରେ ବରହଦ ଗ୍ରାମରୁ ପୁଲିସ ମାଟି ଖୋଳି ୨ଟି ଏକେ ୪୭ ବନ୍ଧୁକ ଜବତ କରିଥିଲେ। ୨୭ ସେପ୍ଟେମ୍ବର ହଜାରିବାଗ ବନ୍ଧୁକ ଚୋରାଚାଲାଣକାରୀ ମହମ୍ମଦ ତନବୀର ଆଲମଙ୍କ ଘର ଉପରେ ପୁଲିସ ଚଢଉ କରି ଏକ କୂଅରୁ ୧୨ଟି ଏକେ ୪୭ ଉଦ୍ଧାର କରିଥିଲେ। ସେହିପରି ୩୦ ସେପ୍ଟେମ୍ବରରେ ପୁଲିସ ମୁଫସିଲ ଥାନା ଅନ୍ତର୍ଗତ ଗ୍ରାମରେ ଆଜମେରୀ ବେଗମଙ୍କ ଗୋଦାମରୁ ଗୋଟିଏ ଏକେ-୪୭ର ଯନ୍ତ୍ରାଂଶ ଜବତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories