ବାଲିଅନ୍ତା : ବାଲିଅନ୍ତା ଅଞ୍ଚଳର ଜଣେ ଯୁବତୀ ରସୁଲଗଡ଼ ନିକଟ ଏକ ଶୋ’ ରୁମ୍ରେ ସୋମବାର ରାତି ୮ରୁ ୯ ମଧ୍ୟରେ ଡ୍ରେସ କିଣିବା ବେଳେ ତାଙ୍କ ଫୋନ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀଜଣଙ୍କ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଯୁବତୀ ଜଣଙ୍କ ଡ୍ରେସ ନେଇ କ୍ୟାସ କାଉଣ୍ଟର ନିକଟରେ ବିଲ୍ କରିବା ବେଳେ ତାଙ୍କ ଫୋନ ଚୋରି ହୋଇଥିବା ସେ ଶୋ’ ରୁମ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେମାନେ ଚିତ୍ର ଉତ୍ତୋଳନ ଯନ୍ତ୍ର ଯାଞ୍ଚ କରିଥିଲେ ବି କୌଣସି ସୂଚନା ପାଇନଥିଲେ। ନିରାଶ ହୋଇ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।
Popular Categories


