www.samajalive.in
Sunday, December 7, 2025
15.1 C
Bhubaneswar

ଦାମଙ୍କ ବହିଷ୍କାର ପରେ ଉଷ୍ମ ହେଉଛି ଓଡ଼ିଶା ରାଜନୀତି

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ବିଜେଡିରୁ ବହିଷ୍ମୃତ ହେବା ପରେ ଓଡ଼ିଶାର ରାଜନୀତି ଊଷ୍ମ ହେବାରେ ଲାଗିଛି।
ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଡା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେହିପରି ବିଭିନ୍ନ ଦଳ ତରଫରୁ ମଧ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଆସିବାରେ ଲାଗିଛି।
ଆଜି ସକାଳୁ ବିଜେଡିର ପୂର୍ବତନ ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଡ. ରାଉତଙ୍କୁ ତାଙ୍କ ଘରେ ସାକ୍ଷାତ କରିଛନ୍ତି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଉଭୟ ନେତା କହିଛନ୍ତି। ଡ. ରାଉତଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବିଜେଡିରେ ପୂର୍ବରୁ ଦୁର୍ନୀତିର ଗନ୍ଧ ଆସିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। କିନ୍ତୁ ଏବେ କାର୍ଯ୍ୟାନୁଷ୍ଠାନ ଦୂରର କଥା ଏ ସମ୍ପର୍କରେ ଅଭିଯୋଗ ଆଣୁଥିବା ବ୍ୟକ୍ତିଙ୍କୁ ଦଳରୁ ବିଦା କରାଯାଉଛି ବୋଲି ଶ୍ରୀପଣ୍ଡା ଅଭିଯୋଗ ଆଣିଛନ୍ତି।
ଅପରପକ୍ଷରେ ଦଳୀୟ ଲକ୍ଷ୍ମଣରେଖା ଉଲ୍ଲଂଘନ କରିବା ଉଚିତ ନୁହେଁ ଏବଂ ଡା. ରାଉତଙ୍କ ଅଭିଯୋଗ ଅମୂଳକ ବୋଲି ବିଜେଡି ନେତା ସୁଭାଷ ସିଂହ କହିଛନ୍ତି। ଡା. ରାଉତ୍‍ ଦଳୀୟ ଫୋରମ୍‍ରେ ତାଙ୍କ କ୍ଷୋଭ ଓ ଅଭିଯୋଗ ଉପସ୍ଥାପନ କରିବାର ଥିଲା ବୋଲି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ଡା. ରାଉତ୍‍ଙ୍କୁ କଂଗ୍ରେସରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି ପିସିସି ଓଡ଼ିଶା ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡ଼ିଶା ବିକାଶ ପାଇଁ ଚିନ୍ତା କରୁଥିବା ଲୋକମାନେ ମିଳିତ ଭାବେ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଜେପି ପକ୍ଷରୁ ଏ ପ୍ରସଙ୍ଗକୁ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ଡା ରାଉତ୍‍ଙ୍କ ବହିଷ୍କାର ପ୍ରସଙ୍ଗ ସମ୍ପୂର୍ଣ୍ଣ ଦଳଗତ ବ୍ୟାପାର। କିନ୍ତୁ ସେ ଯେଉଁ ଦୁର୍ନୀତି ବିଷୟ ଉଠାଇଛନ୍ତି ତାହାର ତଦନ୍ତ ହେବା ଓ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ଆବଶ୍ୟକ ବୋଲି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories