www.samajalive.in
Monday, December 8, 2025
27.1 C
Bhubaneswar

ଆତ୍ମସମର୍ପଣ ପାଇଁ ଅଧିକ ସମୟ ଲୋଡିଲେ ସଜ୍ଜନ କୁମାର

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ଲାଗି ଅଧିକ ୩୦ ଦିନ ସମୟ ଲୋଡିଛନ୍ତି। ଏ ନେଇ ଗୁରୁବାର ସେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖ ଯେ ୧୯୮୪ ଦଙ୍ଗା ମାମଲାରେ ସଜ୍ଜନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୧୯୮୪ ଦଙ୍ଗା ବେଳେ ଦିଲ୍ଲୀର କାନ୍‍ତଠାରେ ଘଟିଥିବା ହତ୍ୟା ଘଟଣାର ଜଣେ ସାକ୍ଷୀ ମଧ୍ୟ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ସଜ୍ଜନ ଯଦି ତାଙ୍କ ଦଣ୍ଡାଦେଶ ବିରୋଧରେ ଆବେଦନ କରନ୍ତି ତା’ହେଲେ ସର୍ବୋଚ୍ଚ ଅଦାଲତ ତାଙ୍କ ପକ୍ଷ ଶୁଣିବାକୁ ସେ ନିବେଦନ କରିଛନ୍ତି। ତେବେ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ଦ୍ୱାରା ଉଚିତ ନ୍ୟାୟ କରାଯାଇଛି। ଏଣୁ ସୁପ୍ରିମକୋର୍ଟରେ ଆବେଦନ ନ କରିବାକୁ ପୀଡିତମାନଙ୍କୁ କୁହାଯାଇଥିବା ସେମାନଙ୍କ ଓକିଲ ଏଚ୍‍. ଏସ୍‍. ଫୁଲକା ପ୍ରକାଶ କରିଛନ୍ତି। ସଜ୍ଜନ କୁମାରଙ୍କ ଆବେଦନକୁ ଯଥାଶୀଘ୍ର ଖାରଜ କରିବା ଲାଗି ନିବେଦନ କରିବା ଉଚିତ ବୋଲି ସେ ପୀଡ଼ିତଙ୍କୁ କହିଥିବା ଦର୍ଶାଇଛନ୍ତି। ୧୯୮୪ ଦଙ୍ଗା ସମ୍ବନ୍ଧୀୟ ଅନ୍ୟ ଏକ ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ନାନାବତୀ କମିସନଙ୍କ ସୁପାରିସ କ୍ରମେ ସିବିଆଇ ଏହି ମାମଲା ରୁଜୁ କରିଥିଲା। ପ୍ରଥମ ମାମଲାରେ ସଜ୍ଜନଙ୍କୁ ଭାରତୀୟ ପିଙ୍ଗଳ କୋଡ (ଆଇପିସି)ର ବିଭିନ୍ନ ଧାରା ଅନୁସାରେ ହତ୍ୟା, ଅପରାଧ ଷଡ଼ଯନ୍ତ୍ର, ଦଙ୍ଗା ସୃଷ୍ଟିକାରୀ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା, ଘର ଧ୍ୱଂସ ତଥା ଲୋକଙ୍କର ହାନୀ କରିବା ଉଦ୍ଦେଶ୍ୟରେ ବୋମାର ଉପଯୋଗ ପ୍ରଭୃତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କରାଦଣ୍ଡାଦେଶ ଦିଆଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories