www.samajalive.in
Monday, December 8, 2025
27.1 C
Bhubaneswar

ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମର ଜଣେ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି କାହ୍ନୁଚରଣ ବାଡତ୍ୟା(୨୨)। ବାପାଙ୍କ ମୃତ୍ୟୁ ପରେ ଲକ୍‌ଡାଉନ ପୂର୍ବରୁ କାମ କରିବାକୁ ସାଙ୍ଗମାନଙ୍କ ସହ ସେ ବେଙ୍ଗାଲୁରୁ ଯାଇ ସେଠାରେ ବେଙ୍ଗାଲୁରୁ ଆକ୍ରୋନ ରେଡିମିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ଗତ ରବିବାର ସନ୍ଧ୍ୟାରେ କାହ୍ନୁଚରଣ କାମ ସାରି ୩ ଜଣ ସାଙ୍ଗଙ୍କ ସହ ମିଶି ଘରକୁ ଫେରିବା ରାସ୍ତାରେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ସାଙ୍ଗ ରାସ୍ତାରେ ଛିଟିକି ପଡିଯାଇଥିଲେ। କାହ୍ନୁଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତରଖାନାରେ କାହ୍ନୁଙ୍କ ମୃତ୍ୟୁ ହୋଇଥିବ। ଡାକ୍ତର ସୂଚନା ଦେଇଥିଲେ।

- Advertisement -

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ  ପଠାଇଛି। ବ୍ୟବଚ୍ଛେଦ ପରେ ମଙ୍ଗଳବାର କାହ୍ନୁଙ୍କ ମୃତଦେହ ଗ୍ରାମକୁ ଅଣାଯିବ ବୋଲି ତାଙ୍କ ସମ୍ପର୍କୀୟଙ୍କଠାରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, କାହ୍ନୁ ଏକ ଗରିବ ପରିବାରର ହୋଇଥିବା ବେଳେ ୨ ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ବାପା ଆଖି ବୁଜିଦେଇଥିଲେ। ଋଣ କରଜ ଶୁଝିବା ଲାଗି କାହ୍ନୁ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଛି। ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories