www.samajalive.in
Monday, December 8, 2025
27.1 C
Bhubaneswar

ଲୁଟ୍ ରୋକିବାକୁ ଉଦ୍ୟମ କରିବାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବତ୍ତ; ଲୁଟେରାକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ମୁରାଦାବାଦ: ମୁରାଦାବାଦର ଭୋଜପୁର ଥାନା ଅଧିନସ୍ଥ ସରଦାର ନଗର ଗାଁରେ ମଙ୍ଗଳବାର ରାତିରେ ଜଣେ ଚାଷୀଙ୍କ ଘରେ ପଶି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲେ। ପାଟି ଶୁଣି ଚାଷୀଙ୍କ ପୁଅ ଉଠି ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ଉଠିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତକୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିବା ଅଭିଯୁକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ସରଦାର ନଗର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ଗାଁରେ ରିସାସତ ନାମକ ଜଣେ ଚାଷୀ ଓ ତାଙ୍କ ପରିବାର ବାସ କରନ୍ତି। ଗତକାଲି ରାତିରେ ଲୁଟେରାମାନେ ରିସାସତଙ୍କ ଘରେ ପଶିଥିଲେ। ସେମାନେ ରିସାସତଙ୍କ ପୁଅ ଅଶଫାକଙ୍କୁ ଗୋଟିଏ କୋଠରୀ ମଧ୍ୟରେ ବନ୍ଦ କରିଦେଲେ ଏବଂ ଆଉ କୋଠରୀରେ ଥିବା ନଗଦ ଅଢେଇ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିଲେ। ଲୁଟେରାମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଶଫାକ ବଡ଼ ପାଟି କରି ଚିଲ୍ଲାଇ ଥିଲେ। ପାଟି ଶୁଣି ଅଶଫାକଙ୍କ ଭାଇ ଶହଜାଦ(୨୫) ଉଠି ଲୁଟେରାଙ୍କ ପଛରେ ଦୌଡ଼ିଥିଲେ ଏବଂ ଜଣେ ଲୁଟେରାକୁ କାବୁ କରିଥିଲେ। ମାତ୍ର ଏତିକି ବେଳେ ଲୁଟେରା ଶହଜାଦଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ଗ୍ରାମବାସୀମାନେ ଉଠିଥିଲେ ଏବଂ ଜଣେ ଲୁଟେରାକୁ ଧରିଥିଲେ। ଏହାପରେ ସେହି ଲୁଟେରାକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଲୁଟେରାକୁ ଉଦ୍ଧାର କରି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories