www.samajalive.in
Monday, December 8, 2025
27.1 C
Bhubaneswar

ଥାଲାସେମିଆ ମୁକ୍ତ ପାଇଁ ସଚେତନତା ଆବଶ୍ୟକ

ଭୁବନେଶ୍ବର: ଥାଲାସେମିଆ ରୋଗର ସଚେତନତା ପାଇଁ ଥାଲାସେମିଆ ଓ ସିକଲସେଲ୍ ସୋସାଇଟି ଓଡିଶା(ଟିଏସଏସଓ) ପକ୍ଷରୁ ଅସ୍ତର ସିଏମଆଇ ହସ୍ପିଟାଲ ବେଙ୍ଗାଲୁରୁ ସହଯୋଗରେ ବିଶ୍ବ ଥାଲାସେମିଆ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି ସୁସ୍ଥ ଭାରତ, ଶ୍ରେଷ୍ଠ ଭାରତ। ସଚେତନତା ପାଇଁ କୋଭିଡକୁ ମୁକାବିଲା କରିପାରିଲୁ। ଯେଉଁମାନେ ଥାଲାସେମିଆ ରୋଗରେ ପୀଡିତା ଅଛନ୍ତି ସେମାନେ ସାହସର ସହ ମୁକାବିଲା କରନ୍ତୁ। ପ୍ରତି ରୋଗ ପାଇଁ ସଚେତନତାର ଆବଶ୍ୟକ ରହିଛି। କେବଳ ସଚେତନ ହିଁ ରୋଗକୁ ଦୂର କରିପାରିବ। ରୋଗ ହେଲେ କେବଳ ଡାକ୍ତରଖାନା ଗଲେ ହେବ ନାହିଁ। ଆମକୁ ଖାଦ୍ୟ ଓ ଶରୀର ପାଇଁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି।
ଡକ୍ଟର ଷ୍ଟାଲିନ୍ ରାମପ୍ରକାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥାଲାସେମିଆ ରୋଗୀଙ୍କ ଯତ୍ନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ଥାଲାସେମିଆ ଫେଡେରେସନ ଅଧ୍ୟକ୍ଷ ଶୋଭା ତୁଲି ଅନଲାଇନରେ ଯୋଡି ହୋଇ କହିଥିଲେ ଏହି ରୋଗକୁ ଅଧିକ ସଚେତନ କରିବାକୁ ସବୁ କମ୍ୟୁନିଟିକୁ ଯୋଡା ଯାଉ। ସରକାର, ରୋଗୀ ଓ ସମ୍ପର୍କୀୟ ଏକାଠି ହୋଇ ଏହି ରୋଗ ବିଷୟରେ ଅବଗତ ହେବା ଆବଶ୍ୟକ। କୋଲ୍ ଇଣ୍ଡିଆ ସିଏସଆର ଜିଏମ୍ ରେଣୁ ଚର୍ତୁବେଦୀ କହିଲେ ପରିବାର ଭିତରେ ସହଯୋଗ ଓ ସଚେତନ ରହିଲେ ରୋଗରୁ ଆମେ ମୁକ୍ତି ପାଇପାରିବା।

ଥାଲାସେମିଆ ଭୟବହତା ବଢୁଛି ଏବଂ କେବଳ ସଚେତନ ଦ୍ବାରା ଏହି ରୋଗରୁ ମୁକ୍ତି ମିଳିପାରିବ ବୋଲି ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର କହିଥିଲେ। ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ କହିଥିଲେ ଥାଲାସେମିଆ ରୋଗ ଦୂର ପାଇଁ ସମସ୍ତଙ୍କ ଭିତରେ ସହଯୋଗର ଆବଶ୍ୟକ ରହିଛି। ଅଧିକରୁ ଅଧିକ ଏହାର ସଚେତନ କଲେ ନିଶ୍ଚୟ ଏହି ରୋଗ ରାଜ୍ୟରୁ କମିବ।
ଟିଏସଏସଓର ସଭାପତି ନିରାକାର ପଣ୍ଡା କହିଥିଲେ ଯେ ଆମ ରାଜ୍ୟରୁ ଥାଲାସେମିଆ ରୋଗକୁ ଦୂର କରିବା ଆମର ମୁଖ୍ୟ ଉଦେଶ୍ୟ। ୨୦୧୧ ମସିହାରେ ଓଡିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ୫ ହଜାର ଥିଲା। ବର୍ତ୍ତମାନ ୩୧ ହଜାରରେ ପହଞ୍ଚିଲାଣି। ସବୁ ବର୍ଗରେ ଥାଲାସେମିଆ ରୋଗର ସଚେତନତା ଅବଶ୍ୟକ ଅଛି।ରକ୍ତଦାନ କିଭଳି ଅଧିକ ହେବ ତା ସହ ସ୍କ୍ରିନିଂ ହୋଇପାରିବ ତାହା ଉପରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ।

- Advertisement -

ଟିଏସଏସଓ ସଚିବ ଦୀପକ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପ-ସଭାପତି ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ନିହାରିକା ପଣ୍ଡା,ଡ. ବିଜୟ ମିଶ୍ର, ଡକ୍ଟର ପ୍ରକାଶ ତ୍ରିପାଠି, ଗୁଞ୍ଜନ ଅଗ୍ରଓ୍ବାଲ ଓ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଥାଲାସେମିଆ ନିବାରଣ, ପରିଚାଳନା ଏବଂ ଯତ୍ନ ସହିତ ଜଡିତ କାର୍ଯ୍ୟ ଏବଂ ସମର୍ଥନକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ମେ’ ୮ ତାରିଖରେରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯିବ। ଏହି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଥାଲାସେମିଆ ଓ ସିକଲସେଲ୍ ସୋସାଇଟି ଓଡିଶା(ଟିଏସଏସଓ) ପକ୍ଷରୁ ଅସ୍ତର ସିଏମଆଇ ହସ୍ପିଟାଲ ବେଙ୍ଗାଲୁରୁ ସହଯୋଗରେ ବିଶ୍ବ ଥାଲାସେମିଆ ଦିବସ ପାଳିତ ହୋଇଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories