www.samajalive.in
Monday, December 8, 2025
27.1 C
Bhubaneswar

ପ୍ରେମିକ ମାଂସରେ ବିରିୟାନୀ ରାନ୍ଧିଲେ ପ୍ରେମିକା

ନୂଆଦିଲ୍ଲୀ: ଆରବ ଦେଶରେ ଜଣେ ପ୍ରେମିକାର ଜଘନ୍ୟ ହତ୍ୟାକାଣ୍ଡ ସମ୍ପୃକ୍ତ ଦେଶରେ ଚହଳ ସୃଷ୍ଟି କରିଛି। ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଇଚ୍ଛୁକ ପ୍ରେମିକଙ୍କୁ ହତ୍ୟା କରିବା ସହ ତାଙ୍କ ମାଂସରେ ବିରିୟାନୀ ରାନ୍ଧି ଲୋକଙ୍କୁ ଖାଇବାକୁ ଦେଇଥିବା ଅଭିଯୋଗରେ ପୁଲିସ ମରକ୍କୋର ଜଣେ ଯୁବତୀଙ୍କୁ ଗିରଫ କରିଛି। ଆରବ ଦେଶର ଅଲ ଏନ ନାମକ ସ୍ଥାନରେ ଉକ୍ତ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଦୀର୍ଘ ୭ବର୍ଷ ଧରି ବସବାସ କରୁଥିଲେ। ପ୍ରେମିକ ଜଣକ ମରକ୍କୋ ଅଞ୍ଚଳର ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଖବର ଜାଣି ପାରି ପ୍ରେମିକା ଶେଷରେ ଏଭଳି ପନ୍ଥା ଆପଣେଇ ଥିଲେ। ପ୍ରେମିକଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ସହ ରନ୍ଧା ଘରେ ଥିବା ମିକ୍ସର ଗ୍ରାଇଣ୍ଡର ସାହାଯ୍ୟରେ କିମାରେ ପରିଣତ କରି ଦେଇଥିଲେ। ପରେ ଚାଉଳ ଓ ଏହି କିମାକୁ ମିଶାଇ ବିରିୟାନୀ ପ୍ରସ୍ତୁତ କରି ଘର ପାଶ୍ୱର୍ରେ ଦିନ ମଜୁରିଆ ଭାବେ କାର୍ଯ୍ୟରତ ପାକିସ୍ତାନୀଙ୍କୁ ଏହା ଖୁଆଇ ଦେଇଥିଲେ।
ଅପରପକ୍ଷରେ ପ୍ରେମିକର ଭାଇ ଦୀର୍ଘ ଦିନ ଧରି ତା’ର ସନ୍ଧାନ ନପାଇ ସମ୍ପୃକ୍ତ ମହିଳାଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହି ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଶେଷରେ ପ୍ରେମିକଙ୍କ ଭାଇ ପୁଲିସର ଦ୍ୱାରସ୍ଥ ହେବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ମହିଳାଙ୍କ ରନ୍ଧାଘରେ ଥିବା ମିକ୍ସର ଗ୍ରାଇଣ୍ଡରରୁ ମଣିଷ ଦାନ୍ତ ଉଦ୍ଧାର କରିଥିଲେ ତଦନ୍ତକାରୀ ଦଳ। ପରେ ଉକ୍ତ ଦାନ୍ତର ଡିଏନଏ ରିପୋର୍ଟରୁ ତାହା ପ୍ରେମିକର ବୋଲି ଜଣା ପଡ଼ିଥିଲା।
ପ୍ରେମିକା ରାଗରେ ଏଭଳି କାଣ୍ଡ କରିଥିବା ତଦନ୍ତକାରୀ ପୁଲିସ ସୂଚନା ଦେଇଛି। ମହିଳାଙ୍କ ରୋଜଗାରରେ ପ୍ରେମିକ ଚଳୁଥିବାବେଳେ କିଛି ଦିନ ଧରି ପ୍ରେମିକ ତାଙ୍କୁ ଛାଡ଼ି ଅନ୍ୟ ମହିଳାଙ୍କୁ ବିବାହ କରିବାର ଯୋଜନା କରୁଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଛି ପ୍ରେମିକା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories