www.samajalive.in
Monday, December 8, 2025
27.1 C
Bhubaneswar

୧୭ରୁ ବଢିବ ଶୀତ, ୨ଦିନ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ୧୭ରୁ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି। ଆସନ୍ତା ଦୁଇଦିନ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି।
ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ପ୍ର. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଦେଢ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବା ହେତୁ ଶୀତ ବଢ଼ିବ। ତେବେ ୧୭ରୁ ପୁଣି ଶୀତ ଏବଂ ଘନ କୁହୁଡି ବଢିବ। ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ୧୬ ଏବଂ ୧୭ରେ ସ୍ବଳ୍ପ ବର୍ଷା ହୋଇପାରେ। ଶନିବାର ଏକ ଗୁରୁଚାପ ବଳୟ କେନ୍ଦ୍ରୀୟ ଭାରତରେ ରହିଛି। ଏହା କ୍ରମଶଃ ପୂର୍ବ ଆଡକୁ ଗତି କରି ୧୫ ଓ ୧୬ରେ ଓଡ଼ିଶା ଉପରେ ରହିବ। ପରେ ପଶ୍ଚିମ ଆଡକୁ ଗତିକରି ୧୮ ତାରିଖରେ ପୁଣି କେନ୍ଦ୍ରୀୟ ଭାରତରେ ରହିବାର ସମ୍ଭାବନା ରହିଛି। ଗୁରୁଚାପ ବଳୟ ହେତୁ ରାଜ୍ୟକୁ ଉତ୍ତରରୁ ଥଣ୍ଡା ପବନ ସିଧା ଆସିପାରୁନି। ୧୮ ତାରିଖରୁ ପୁଣି ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ ହେବ। ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୧୬ ତାରିଖ ପର୍ୟ୍ୟନ୍ତ ଅପରିବର୍ତ୍ତିତ ରହି ୧୭ରୁ କମିବ। ସୁନ୍ଦରଗଡ ଜିଲାରେ ଦୁଇଦିନ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟମ୍ କମିବା ହେତୁ ଜିଲାରେ ଶୀତ ବଢିବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦେଖାଦେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ନୟାଗଡ, ବୌଦ୍ଧ, କଟକ, ଜଗତସିଂହପୁର, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି। ଘନ କୁହୁଡିକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ପକ୍ଷରୁ ଏସବୁ ଜିଲାଗୁଡିକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ସମ୍ଭାବନା ରହିଛି। ଆଗକୁ ବର୍ଷା ଥିବାରୁ ୨ରୁ ୩ ଦିନ ପର୍ୟ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ। ରାଜ୍ୟର ଅନ୍ୟ ଅଞ୍ଚଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ.ଆର. ବିଶ୍ବାସ କହିଛନ୍ତି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ୧୧, ଅନୁଗୋଳରେ ୧୧.୬, କୋରାପୁଟରେ ୧୨.୨, ଭାବନୀପାଟଣାରେ ୧୨.୬ ଏବଂ ବଲାଙ୍ଗୀରରେ ୧୪.୫ ଡିଗ୍ରୀ ସେଲସିୟମସ୍‌ ରେକର୍ଡ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories