www.samajalive.in
Thursday, December 11, 2025
27.1 C
Bhubaneswar

ବୁର୍ଲା ଭିସୁଟକୁ ସଟ ଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବୁର୍ଲା : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ତିନିଦିନ ମଧ୍ୟରେ ୨୨ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୁରୁବାର ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଭିସୁଟରୁ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ନିର୍ଦେଶ ଦେଇଥିବା ଭିସୁଟ୍ କୂଳପତି ପ୍ରଫେସର ବଂଶିଧର ମାଝୀ ସୂଚନା ଦେଇଛନ୍ତି । ଏଥିସହିତ ଭିସୁ୍‌ଟରେ ଆଜି ଠାରୁ ଅନୁଷ୍ଠିତ ହେବାକୁ ସମସ୍ତ ଅଫ୍‌ଲାଇନ୍ ପରିକ୍ଷାକୁ ବାତିଲ କରାଯାଇଛି ଏବଂ ଆଜି କ୍ୟାମ୍ପସରେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ପରିକ୍ଷା ପରେ ଯେଉଁଛାତ୍ରଛାତ୍ରୀଙ୍କ କୋଭିଡ ନେଗେଟିଭ୍ ବାହାରିଛି ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ଏବଂ ଯେଉଁ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସୁଟ୍ ପରିସରରେ ଅଙ୍ଗିରା ଛାତ୍ରାବାସରେ ଆଇସୋଲେସନ୍ କକ୍ଷରେ ରଖାଯାଇଥିବା ଭିସୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆସନ୍ତା ୧୦ ତାରିଖରୁ ସମସ୍ତ କ୍ଲାସ୍ ଅନ୍‌ଲାଇନରେ ହେବ ବୋଲି କର୍ତୃପକ୍ଷ ସୂଚନା ଦେଇଥିବା ବେଳେ ଅଣକୋଭିଡ ଛାତ୍ରଛାତ୍ରୀ ଭୀସୁଟ୍ କ୍ୟାମ୍ପସ ଛାଡି ନିଜ ନିଜ ଘରକୁ ଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories