www.samajalive.in
Monday, December 8, 2025
20.1 C
Bhubaneswar

୫୦୦ତମ ମ୍ୟାଚରେ ବ୍ରାଡ୍‌ମ୍ୟାନଙ୍କ ସମକକ୍ଷ ହେଲେ କୋହଲି

ତ୍ରିନିଦାଦ୍‌ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି କ୍ରିକେଟ ଜୀବନରେ ଆଉ ଏକ ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି । କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଜୀବନର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ଅର୍ଜନ କରିଛନ୍ତି। ଟେଷ୍ଟ କ୍ରିକେଟରେ ବିରାଟଙ୍କ ଏହା ୨୯ତମ ତଥା ମୋଟ ଉପରେ ୭୬ତମ ଅନ୍ତର୍ଜାତୀୟ ଶତକ।
ଏଥିସହିତ ଟେଷ୍ଟରେ ଶତକ ହାସଲ କ୍ଷେତ୍ରରେ କୋହଲି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ସହ ସମକକ୍ଷ ହୋଇଛନ୍ତି। ୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିରାଟ ଚତୁର୍ଥ ଭାରତୀୟ ତଥା ବିଶ୍ବର ୧୦ମ ଖେଳାଳି। ଏହା ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ୬୬୪ ମ୍ୟାଚ, ମହେଲା ଜୟବର୍ଦ୍ଧନେ ୬୫୨ ମ୍ୟାଚ, କୁମାର ସାଙ୍ଗାକାରା ୫୮୪ ମ୍ୟାଚ, ସନଥ ଜୟସୁରିଆ ୫୮୬ ମ୍ୟାଚ, ରିକି ପଣ୍ଟିଂ ୫୬୦ ମ୍ୟାଚ, ମହେନ୍ଦ୍ର ସିଂହ ଧୋନି ୫୩୮ ମ୍ୟାଚ, ସହିଦ ଆଫ୍ରିଦି ୫୨୪ ମ୍ୟାଚ, ଜ୍ୟାକ କାଲିସ ୫୧୯ ମ୍ୟାଚ, ରାହୁଲ ଦ୍ରାବିଡ ୫୦୯ ମ୍ୟାଚ ଖେଳିଛନ୍ତି।
ସୂଚନାଯୋଗ୍ୟ, ବିରାଟ ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୧୫ ବର୍ଷ ମଧ୍ୟରେ ବିରାଟ ୧୧୧ଟି ଟେଷ୍ଟ, ୨୭୪ଟି ଦିନିକିଆ ଓ ୧୧୫ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories