www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷ ଶେଷରେ ଭିଜିଲାନ୍ସର ଘେରା ବନ୍ଦୀ

ବଲାଙ୍ଗିର/ଟିଟିଲାଗଡ଼ : ବଲାଙ୍ଗିର ଭିଜିଲାନ୍ସ ସ୍କାନରରେ କୋଟିପତି। ଆଉ ଆଗକୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଦାଗୀ ବାବୁମାନଙ୍କ ଉପରେ ଭିଜିଲାନ୍ସର ନଜର ରହିଛି। ବର୍ଷର ଶେଷ ଦିନ(ଗୁରୁବାର) ଭିଜିଲାନ୍ସର ୨ଟି ଟିମ୍ ଚଢଉ କରି ପୁଇଁନ୍ତଲା ବ୍ଲକରେ ଭାରପ୍ରାପ୍ତ ଜିପିଇଓ ଭାବେ ଚାକିରୀ କରୁଥିବା ବିହାରୀ ଲାଲ ବାରିକ ଓ ଲାଠୋର ସ୍ଥିତ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ସାଗର ରଣାଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ତଲାସି କରିଥିବା ଜଣାପଡିଛି।

ଗୁରୁବାର ସକାଳ ୭ଟାରେ ବଲାଙ୍ଗିର ଶାନ୍ତିପଡ଼ାରେ ଥିବା ଶ୍ରୀ ବାରିକଙ୍କ ଘର ସହ ଲାଠୋର ଶାଖାର ଭାରପ୍ରାପ୍ତ ପରିଚାଳକ ଶ୍ରୀ ରଣାଙ୍କ ଟିଟିଲାଗଡ ହାଇସ୍କୁଲ ପଡାସ୍ଥିତ ଘର, ଘୁନସର ଗ୍ରାମର ଶ୍ୱଶୁର ଘର ତଥା ଲାଠୋର ସମବାୟ ବ୍ୟାଙ୍କରେ ଭିଜିଲାନ୍ସ ବିଭାଗ ଡିଏସପି ପରମେଶ୍ୱର କିଷାନ ଓ କାଦମ୍ବିନି ସାମଲଙ୍କ ନେତୃତ୍ୱରେ ଡିଏସପି ମଇନୁସ ମିଞ୍ଜ, ଇନ୍ସପେକ୍ଟର କେପି ବାଘେଲ, ତପସ୍ୱିନୀ ସେଠ, ମାନସୀ ଜେନା, ତୁଷାରକାନ୍ତ ମହାପାତ୍ର, ବିଷ୍ଣୁପ୍ରସାଦ ଜାଲ, ଭାସ୍କର ସାହୁ ୨ଟି ଟିମରେ ଭାଗ ହୋଇ ଚଢଉ ଆରମ୍ଭ କରିଥିଲେ।

- Advertisement -

ଡିଏସ୍‌ପି ଶ୍ରୀ କିଷାନଙ୍କ ସୂଚନା ଅନୁସାରେ ଭାରପ୍ରାପ୍ତ ଜିପିଇଓଙ୍କ ଘରୁ ୧୪ହଜାର ୧୪୮ ନଗଦ, ୪ଲକ୍ଷ ୨୧ହଜାର ସୁନାଗହଣା, ୭ହଜାର ୯୩୬ ରୂପା, ଘର ସାମଗ୍ରୀ ୨ଲକ୍ଷ ୩୫ହଜାର, ବିଦ୍ୟୁତ ସାମଗ୍ରୀ ୩ଲକ୍ଷ ୩୧, ଜମି ୨ଲକ୍ଷ ୪୬ହଜାର, କୋଠାର ଦାମ୍ ୭୧ଲକ୍ଷ ୪୩ହଜାର, ବ୍ୟାଙ୍କ ଜମା ୧ଲକ୍ଷ ୮୮ହଜାର ଓ ଗାଡି ଦାମ୍ ୧୧ଲକ୍ଷ ୩୮ ହଜାର ଟଙ୍କା ହିସାବ କରାଯାଇଛି। ଶ୍ରୀ ବାରିକଙ୍କ ଆୟଠାରୁ ଅଧିକ ୭୬ଲକ୍ଷ ୨୪ହଜାର ଟଙ୍କାର ସମ୍ପତ୍ତି ରହିଛି। ଏନେଇ ଶ୍ରୀ ବାରିକ କହିଛନ୍ତି ଯେ, ଦରମା କୁଆଡେ ଖର୍ଚ୍ଚ ହେଉଛି ବୋଲି ବାପା-ପୁଅ ଝଗଡ଼ା କରୁଛୁ। କେହି ଭୁଲ ସୂଚନା ଦେଇଛନ୍ତି ଭିଜିଲାନ୍ସକୁ।

ସେହିପରି ବ୍ୟାଙ୍କ ପରିଚାଳକ ଶ୍ରୀ ରଣାଙ୍କ ହାଇସ୍କୁଲ ପଡାରେ ଥିବା ଦି’ ମହଲା ଘରର ଜମି ସହ ମୂଲ୍ୟ ୪୦ ଲକ୍ଷ ଟଙ୍କା, ୫ଟି ପ୍ଲଟ ୫ ଲକ୍ଷ ୯୩ ହଜାର, ଏଲଆଇସି ପଲିସି ୩ ଲକ୍ଷ ୮୮ ହଜାର, ସୁନା ୨ ଲକ୍ଷ ୩୦ ହଜାର ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୫ଟି ପ୍ଲଟ ୫ ଲକ୍ଷ ୯୩ ହଜାର, ଘରକରଣା ସାମଗ୍ରୀ ୧ ଲକ୍ଷ ୩ ହଜାର, ଦୁଇଟି ବାଇକ ୧ ଲକ୍ଷ ୩୫ ହଜାର, ବ୍ୟାଙ୍କ ଜମା ୫ ଲକ୍ଷ ୬ ହଜାର, ନଗଦ ଟଙ୍କା ୬୧ ହଜାର ୪୫୬, ଫିକ୍ସ ଡିପୋଜି ୨ ଲକ୍ଷ ଆଦି ସମ୍ପତ୍ତି ରହିଛି। ତେବେ ୧୫ ବର୍ଷ ତଳେ ସେ ଜାଗା କିଣି ସମବାୟ ବ୍ୟାଙ୍କରୁ ଋଣ ଆଣି ଘର ନିର୍ମାଣ କରିଥିବା, ତାଙ୍କର କେବଲ ପୈତୃକ ଜମି ରହିଥିବା ଓ କୌଣସି ଆୟ ବର୍ହିଭୁତ ସମ୍ପତ୍ତି ନଥିବା ଶ୍ରୀ ରଣା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଜେଲ୍ ଗଲେ ଆକାଉଣ୍ଟଟାଣ୍ଟ

ବୁଧବାର ଭିଜିଲାନ୍ସ ଟିମ୍ ୱେସ୍କୋ ସୁପରିନ୍ଟେଣ୍ଟେଣ୍ଟଙ୍କ କାର୍ଯ୍ୟାଳୟରେ ଜୁନିଅର୍ ଆକାଉଣ୍ଟଟାଣ୍ଟ ଭାବେ କାମ କରୁଥିବା ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଆୟ ଠାରୁ ଅଧିକ ସମ୍ପତ୍ତି ଥିବା ଆକଳନ କରାଯାଇଥିଲା। ସେହିପରି ଘରୁ ବାହାରିଥିବା ୧୬ଲକ୍ଷ ୩୨ ହଜାର ଟଙ୍କାର ଠିକ୍ ଭାବେ ହିସାବ ଦେଇ ନ ପାରି ଶାଳୀ ଜମି କିଣିବା, ଘର କରିବାକୁ ଟଙ୍କା ୩ଲକ୍ଷ ଉଠାଇବା ଭଳି ବୟାନ ରଖୁଥିଲେ। କିଛି ଦିନ ତଳେ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକ ଆୟ ବହିର୍ଭୁତ ମାମଲାରେ ଜେଲ୍ ଯାଇଥିଲେ। ଆଉ ଶ୍ରୀ ନାୟକଙ୍କ ଭଳି ଶ୍ରୀ ବିନ୍ଧାଣୀଙ୍କୁ ଗୁରୁବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଛି ବଲାଙ୍ଗିର ଭିଜିଲାନ୍ସ। ଜାମିନ ନାମଞ୍ଚୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories