ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତାଙ୍କର ପୈତୃକ ଘର ସମେତ ମୋଟ ୬ଟି ସ୍ଥାନରେ ଚଢାଉ ଜାରି ରହିଛି।
ଭଦ୍ରକର ୨ଟି ସ୍ଥାନରେ ଓ ଭୁବନେଶ୍ୱରର ଭିଏସ୍ଏସ ନଗରରେ ଥିବା କୋଠା, ରୁଦ୍ରପୁରରେ ଫ୍ଲାଟ ଆଦି ୪ଟି ସ୍ଥାନରେ ଚଢାଉ କରାଯାଉଛି। ଏହି ଚଢାଉରେ ୭ ଜଣ ଡିଏସପି, ୫ ଇନ୍ସପେକ୍ଟର ଓ ୮ ଏଏସଆଇ ସାମିଲ ହୋଇଛନ୍ତି।



