www.samajalive.in
Monday, December 8, 2025
27.1 C
Bhubaneswar

ଔଷଧ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ଦାବି

ବୌଦ୍ଧ : ଔଷଧ ବ୍ୟବସାୟୀମାନଙ୍କୁ ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ସରକାର ଟିକାକରଣ କରିବାକୁ ମତପ୍ରକାଶ ପାଉଛି। କରୋନା ମହାମାରୀ ସମୟରେ ଦିନରାତି ଔଷଧ ଦୋକାନ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଥିବାବେଳେ ଔଷଧ ବ୍ୟବସାୟୀମାନେ ନିଜ ଜୀବନକୁ ବିପନ୍ନ କରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ପ୍ରତ୍ୟେକ ଔଷଧ ବ୍ୟବସାୟୀ ଦୈନିକ ବହୁ ପ୍ରକାର ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାବେଳେ ସହଜରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେବେ ଅନ୍ୟଲୋକଙ୍କ ଅପେକ୍ଷା ଔଷଧ ବ୍ୟବସାୟୀମାନେ ଦୋକାନମାନଙ୍କରେ କୋଭିଡ ନିୟମ ପାଳନ ଦିଗରେ ଅଧିକ ସଚେତନ ରହିଥାନ୍ତି। କିନ୍ତୁ ଜିଲାରେ କୋଭିଡ ମହାମାରୀ ଯେଉଁଭଳି ଭାବରେ ତାର କାୟା ବିସ୍ତାର କରିବାରେ ଲାଗିଛି ସବୁସ୍ତରରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଜଣେ ଔଷଧ ବ୍ୟବସାୟୀ ଯଦି ସଂକ୍ରମଣର ଶୀକାର ହେବେ ତେବେ ସେ ସହଜରେ ସୁପର ସ୍ପ୍ରେଡର ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। ତେଣୁ ପ୍ରତିଦିନ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଔଷଧ ବ୍ୟବସାୟୀମାନଙ୍କୁ ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ସରକାର ଟିକାକରଣ କରିବାକୁ ମତପ୍ରକାଶ ପାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories