www.samajalive.in
Monday, December 8, 2025
27.1 C
Bhubaneswar

ଦେଶରେ ୧୬୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ସଂଖ୍ୟା ୧୬୦ କୋଟି ଅତିକ୍ରମ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକୱାଡଙ୍କ ସୂଚନା ଅନୁଯାୟୀ, ଜାନୁୟାରୀ ୨୪ ରୁ ମହାରାଷ୍ଟ୍ରରେ ପ୍ରାଥମିକରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲାଯିବ। ଏହି ସମୟ ମଧ୍ୟରେ ସଠିକ ଭାବେ କରୋନା ନିୟମର ପାଳନ କରିବାକୁ ପଡିବ।
ଭାରତ ସହିତ ବିଶ୍ୱର ଅନେକ ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ସମଗ୍ର ବିଶ୍ୱରେ ଏକ ସପ୍ତାହରେ ସମୁଦାୟ ୧.୮୦ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ଅର୍ଥାତ୍ ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି। ଭାରତରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ଆସାମ ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ପାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories