www.samajalive.in
Monday, December 8, 2025
20.1 C
Bhubaneswar

ତାଲିବାନକୁ ଆତଙ୍କବାଦୀ ସଂଗଠନ ଘୋଷଣା କର- ଆମେରିକୀୟ ସିନେଟରଙ୍କ ଦାବି

ୱାଶିଂଟନ: ତାଲିବାନ ଆତଙ୍କିଙ୍କ ପଟୁ ଆମେରିକୀୟଙ୍କ ଜୀବନ ଓ ସ୍ୱାର୍ଥ ପ୍ରତି ବିପଦ ରହିଛି। ସେଥିପାଇଁ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଆମେରିକା ପ୍ରଶାସନକୁ ପତ୍ର ଲେଖିଛନ୍ତି ଆମେରିକାର ଚାରିଜଣ ସିନେଟର। ଶୁକ୍ରବାର ଦିନ ବ୍ଲିଙ୍କେନଙ୍କ ନିକଟକୁ ସିନେଟର ଜୋନି କେ ଏର୍ଣ୍ଟଷ୍ଟ, ଟମି ଟ୍ୟୁବରଭିଲେ, ରିକ ସ୍କଟ ଏବଂ ଡାନ୍‍ ସୁଲିଭାନ ପତ୍ରଲେଖି କହିଛନ୍ତି, ଆମେରିକୀୟଙ୍କ ଜୀବନ ଉପରେ ଆକ୍ରମଣ କରିବା ଏବଂ ଆମେରିକାର ସ୍ୱାର୍ଥ ପ୍ରତି କ୍ଷତି ପହଞ୍ଚାଇବାକୁ ତାଲିବାନମାନେ ଉଦ୍ୟମ କରୁଛନ୍ତି। ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନେ କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କୁ ତରବରିଆ ଭାବରେ ଏବଂ ଭୁଲ ପଦ୍ଧତିରେ ପ୍ରତ୍ୟାହାର କରାଯିବା ଦ୍ୱାରା ତାହା ଏକ ନିରାପତ୍ତାଗତ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଏବଂ ତାଲିବାନ ତାହାର ସୁଯୋଗ ନେଉଛି। ତାଲିବାନ ଗୋଷ୍ଠୀ ଆଫଗାନିସ୍ତାନରେର ନିଜର ନିୟନ୍ତ୍ରଣ ଜାହିର କରିବା ଦିନଠାରୁ ଏହା ସେହି ସମାନ ଧରଣର ହତ୍ୟା ଓ କ୍ରୁର ନିର୍ଯାତନା ଜାରି ରଖିଛି, ଯାହା ୨୦୦୧ରେ ଆମେରିକା ସେଠାକୁ ଯିବା ପୂର୍ବରୁ ସେମାନଙ୍କର ଚରିତ୍ର ହୋଇ ରହିଥିଲା। ସେମାନେ ମଧ୍ୟ ବ୍ୟକ୍ତିବିଶେଷଙ୍କ ଉପରେ ସର୍ବସାଧାରଣରେ ପ୍ରକାଶ କରିବା, ମହିଳା ଓ ବାଳିକାମାନଙ୍କୁ ରାସ୍ତାରେ ମାଡ ମାରିବା, ଆତଙ୍କିମାନେ ଘରକୁ ଘର ଯାଇ ଆମେରିକାକୁ ସମର୍ଥନ କରିଥିବା ଏବଂ ଆମେରିକା ସହିତ ସହଯୋଗ କରିଥିବା ଲୋକଙ୍କୁ ଖୋଜି ସେମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି।

ସିନେଟରମାନେ କହିଛନ୍ତି, ତାଲିବାନମାନେ ସଂପ୍ରତି ଆଫଗାନିସ୍ତାନରେ ରହିଯାଇଥିବା ଆମେରିକୀୟ ନାଗରିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଡ ମାରୁଥିବା, ନିର୍ଯାତନା ଦେଉଥିବା ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇଛି। ତାହାସହିତ ୨୦୨୧ ଅଗଷ୍ଟ ୨୬ରେ ସେମାନେ ହମିଦ କାରଜାଇ ବିମାନ ବନ୍ଦରରେ ଆକ୍ରମଣ କରି ଆମେରିକାର ୧୩ ଜଣ ସୈନ୍ୟଙ୍କୁ ମଧ୍ୟ ମାରି ସାରିଛନ୍ତି। ତାଲିବାନ ନିୟନ୍ତ୍ରଣରେ ରହିଥିବା ଆମେରିକାର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସରଞ୍ଜାମକୁ ନେଇ ମଧ୍ୟ ସିନେଟରମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହାଦ୍ୱାରା ସେମାନେ ଯାହାକୁ ଚାହିଁବେ ଆକ୍ରମଣ କରି ତାଙ୍କର କ୍ଷତି କରିପାରିବାର କ୍ଷମତା ହାସଲ କରିଛନ୍ତି। ଏଫବିଆଇ ଦ୍ୱାରା କୁଖ୍ୟାତ ଆତଙ୍କବାଦୀ ଘୋଷିତ ବ୍ୟକ୍ତିଙ୍କୁ ମଧ୍ୟ ତାଲିବାନ ନିଜ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଏଭଳି ପରିସ୍ଥିତିରେ ତାଲିବାନକୁ ଆତଙ୍କି ଗୋଷ୍ଠୀ ଘୋଷଣା କରିବାକୁ ଏହା ସମସ୍ତ ତିନିଟିଯାକ ସର୍ତ୍ତ ପୂରଣ କରୁଥିବା ସିନଟେରମାନେ କହିବା ସହିତ ତାହାକୁ ଏକ ବିଦେଶୀ ଆତଙ୍କି ସଂଗଠନ ଭାବରେ ଆମେରିକା ପ୍ରଶାସନ ଘୋଷଣା କରିବାକୁ ଦାବି ଜଣାଇଛନ୍ତି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories