www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡକାଇଲେ ଟ୍ରମ୍ପ: ଏପ୍ରିଲ ୯ରେ ଆଲୋଚନା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଦେଖାଯାଇଥିବା କରୋନା ମହାମାରୀ ସମ୍ପର୍କରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ବୈଠକ ଡକାଇଛନ୍ତି। ଏପ୍ର୍ରିଲ ୯ (ଗୁରୁବାର) ଭାରତୀୟ ସମୟ ଅପରାହ୍ଣ ୩ଟାରେ ଏହି ବୈଠକ ହେବା ଲାଗି ସମୟ ଧାର୍ଯ୍ୟ ହୋଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ସଙ୍କ ସଂକ୍ଷିପ୍ତ ଭାଷଣ ପରେ ଏହି ଆଲୋଚନା ଆରମ୍ଭ ହେବ। ପୂର୍ବରୁ କରୋନା ପ୍ରସଙ୍ଗରେ ଆଲୋଚନା ପାଇଁ ସୁରକ୍ଷା ପରିଷଦର ବୈଠକ ଡକାଯାଇଥିବାବେଳେ ଚୀନ ଏହାକୁ ବାତିଲ କରିଦେଇଥିଲା। ରୁଷିଆ ଓ ଦକ୍ଷିଣ ଆଫ୍ରିକାର ସମର୍ଥନ କ୍ରମେ ଚୀନ ବୈଠକକୁ ବାତିଲ କରିଥିଲା। କରୋନା ଭୂତାଣୁର ସୃଷ୍ଟିକର୍ତ୍ତା ଭାବେ ସମଗ୍ର ବିଶ୍ୱବାସୀ ଚୀନକୁ ଦାୟୀ କରୁଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବେଜିଂର ପକ୍ଷ ନେଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଚୀନରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଡବ୍ଲ୍ୟୁଏଚଓ ଆମେରିକାକୁ ଭୁଲ୍‍ ସୂଚନା ଦେଇଥିଲା। ଚୀନର ପକ୍ଷ ନେଇ ଡବ୍ଲ୍ୟୁଏଚଓ ଭୁଲ୍‍ ତଥ୍ୟ ଦେଇଥିଲା। ଫଳରେ ଚୀନ ପାଇଁ ଆମେରିକା ଏହାର ସୀମାକୁ ଉନ୍ମୁକ୍ତ କରିଦେଇଥିଲା। ସୀମା ଉନ୍ମୁକ୍ତ ଦ୍ୱାରା ଚୀନ ଓ ଆମେରିକା ମଧ୍ୟରେ ନାଗରିକଙ୍କ ଆତଯାତ ହୋଇଥିଲା। ଏହି ଆତଯାତ ଯୋଗୁଁ ଆମେରିକା ଆଜି କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଡବ୍ଲ୍ୟୁଏଚଓ ଚୀନର ପକ୍ଷ ନେଇ କାହିଁକି ଏପରି ଭୁଲ୍‍ ସୂଚନା ଦେଇଥିଲେ ତାର କାରଣ ମଧ୍ୟ ଟ୍ରମ୍ପ ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୭ ମେ’ରେ ଡବ୍ଲ୍ୟୁଏଚଓର ମହାନିର୍ଦେଶକ ଭାବେ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ୍‍ ନିର୍ବାଚିତ ହୋଇଥିଲେ। ଚୀନର ସମର୍ଥନରେ ଟେଡ୍ରୋସ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ଆମେରିକା ଟେଡ୍ରୋସଙ୍କୁ ବିରୋଧ ପୂର୍ବକ ଡାକ୍ତର ଡାଭିଡ ନାବାରୋଙ୍କୁ ସମର୍ଥନ କରିଥିଲା। ଡାଭିଡ ନାବାରୋ ବ୍ରିଟେନରୁ ପ୍ରାର୍ଥୀ ହୋଇଥିଲେ।

୨୦୧୯ ନଭେମ୍ବର ୧୭ରୁ ଚୀନର ଉହାନରେ କରୋନା ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ୨୦୨୦ ମାର୍ଚ୍ଚ ୧୨ରେ ଡବ୍ଲ୍ୟୁଏଚଓ ଏହାକୁ ବିଶ୍ୱର ସର୍ବବ୍ୟାପୀ (ମହାମାରୀ) ବୋଲି ଘୋଷଣା କରିଥିଲା। ଏହି ସମୟ ବେଳକୁ କରୋନା ଭୂତାଣୁ ୟୁରୋପରେ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିଲା। ଟ୍ରମ୍ପଙ୍କ ଦ୍ୱାରା ଆହୁତ ବୈଠକକୁ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୦ ଅସ୍ଥାୟୀ ସଦସ୍ୟ ସମର୍ଥନ କରିଛନ୍ତି। ତେବେ ବୈଠକରେ କୌଣସି ନିଷ୍ପତ୍ତି ନିଆଯିବ କି ନାହିଁ ତାହା ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଚୀନ ଓ ଏହାର ସହଯୋଗୀ ରୁଷିଆ ଉପରେ ନିର୍ଭର କରେ। କାରଣ ପରିଷଦର ସ୍ଥାୟୀ ସଦସ୍ୟଭାବେ ଏମାନଙ୍କ ପାଖରେ ଭିଟୋ କ୍ଷମତା ରହିଛି। ସୁରକ୍ଷା ପରିଷଦର ଅନ୍ୟ ତିନି ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ କରୋନା ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ଯଦି ସୁରକ୍ଷା ପରିଷଦରେ ଭୋଟ ହୁଏ ଚୀନ ସପକ୍ଷରେ ତାର ନିଜର ଗୋଟିଏ ଭୋଟ ସହିତ ରୁଷର ସମର୍ଥନ ମିଳିପାରେ। ଅନ୍ୟଥା ସମସ୍ତ ୧୦ ଅସ୍ଥାୟୀ ଓ ଅନ୍ୟ ୩ ସ୍ଥାୟୀ ସଦସ୍ୟ ଆମେରିକା ସପକ୍ଷରେ ଭୋଟ ଦେବାର ଆଶା ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories