www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧରେ ଦ୍ୱିତୀୟ ଟ୍ରକ ମାଲିକ ସଂଘ ଗଠିତ

ବୌଦ୍ଧ: ବୌଦ୍ଧରେ ଦ୍ୱିତୀୟ ଟ୍ରକ ମାଲିକ ସଂଘ ଗଠିତ ହୋଇଛି। ପୂର୍ବରୁ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟ କରୁଥିବାବେଳେ ଉକ୍ତ ସଂଗଠନରେ ୧୨ ଚକ ପର୍ଯ୍ୟନ୍ତ ଟ୍ରକ ମାଲିକମାନଙ୍କୁ ସାମିଲ କରାଯାଇଥିବାରୁ କିଛି ଟ୍ରକ ମାଲିକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ନୂତନ ଭାବରେ ବୌଦ୍ଧ ଟ୍ରକ ମାଲିକ ସଂଘ ଗଠନ କରାଯାଇଛି। ଏହି ଅବସରରେ ବୌଦ୍ଧ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ସାହୁ, ଉପସଭାପତି ରାଜ୍‍ କିଶୋର ରାଜ୍‍, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, ସହ ସମ୍ପାଦକ ଅଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶୁଭେନ୍ଦ୍ର କୁମାର ଶତପଥୀ ଏବଂ ଆଇନ ପରାମର୍ଶଦାତା ଭାବରେ ନବ କୁମାର ମିଶ୍ର ଓ ଉପଦେଷ୍ଟା ଭାବରେ ବିପ୍ର ଚରଣ ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ନୂତନ ସଂଘରେ ଯେକୌଣସି ଟ୍ରକମାଲିକ ଚାହିଁଲେ ସଦସ୍ୟଭୁକ୍ତ ହୋଇପାରିବେ ଏବଂ ମାଲ ପରିବହନ କ୍ଷେତ୍ରରେ ସମସ୍ତ ଟ୍ରକ ମାଲିକଙ୍କୁ ସମାନ ଭାବରେ ଗୁରୁତ୍ୱ ଦିଆଯିବ ବୋଲି ନୂତନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories