www.samajalive.in
Monday, December 8, 2025
17.1 C
Bhubaneswar

ଜାଗୁଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅମୃତ ମହୋତ୍ସବ ଓ ତ୍ରିରଙ୍ଗା ଶୋଭାଯାତ୍ରା

ଧାମରା: ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅମୃତ ମହୋତ୍ସବ ଏବଂ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଏହି ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ଆଜି ଏହି ଶିଶୁ ବିଦ୍ୟାମନ୍ଦିରରେ ସଂପାଦକ ରବୀନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ପ୍ରଧାନ ଗୁରୁମା ମୀନତି ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ସମସ୍ତ ଘରେ ତ୍ରିରଙ୍ଗା ପତାକା ଉଡାଇବା ଲାଗି ଏହି ସଭାରେ ମଂଚାସୀନ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ। ପରେ ଜାଗୁଳା ସରସ୍ୱତୀ ବିଦ୍ୟାମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ନରସିଂହପୁର ଏବଂ ଧାମରା ବଜାର ପରିକ୍ରମା କରି ପୁନଶ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଭାରତ ମାତାକି ଜୟ ଏବଂ ବନ୍ଦେ ମାତରମ୍ ସ୍ଲୋଗାନରେ ସାରା ଅଂଚଳ ପ୍ରକମ୍ପିତ ହୋଇଥିଲା। ଆଜିର ଏହି ମହୋତ୍ସବ ଏବଂ ତ୍ରିରଙ୍ଗା ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଭୟାନନ୍ଦ ସେଠୀ, କବିତା ଗିରି, ରୁଫସାନା ଖାତୁନ, ସସ୍ମିତା ପରିଡ଼ା, ସୋନାଲି ପାତ୍ର, ଜୟନ୍‍ତୀ ଲେଙ୍କା, ଅମୀୟ ରଞ୍ଜନ ଗିରି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories