www.samajalive.in
Monday, December 8, 2025
20.1 C
Bhubaneswar

ଚକ୍ଷୁକୁ ସୁସ୍ଥ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହି ଖାଦ୍ୟ

ଚକ୍ଷୁକୁ ସୁସ୍ଥ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହି ଖାଦ୍ୟ । ଜାଣନ୍ତୁ …….
ଅଁଳା ଦୃଷ୍ଟି ଶକ୍ତି ବୃଦ୍ଧିକରିବାରେ ସହାୟକ ହୋଇଥାଏ। ଦୃଷ୍ଟି ଶକ୍ତି ପାଇଁ ଏହା ସର୍ବୋତ୍ତମ ଘରୋଇ ଉପାୟ ବୋଲି ମଧ୍ୟ କୁହାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭି ଟାମିନ ସି ଭଳି ପୋଷକ ତତ୍ତ୍ୱ ରହିଛି। ଅଁଳାରେ ମହୁ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।
ପାନମଧୁରୀରେ ବହୁ ପୋଷକ ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ। ଏହାସହ ଚକ୍ଷୁ ପାଇଁ ଖୁବ ଉପଯୋଗୀ। ଏଥିପାଇଁ ଏକ କପ ବାଦାମ, ପାନମଧୁରୀ, ମିଶ୍ରିକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏହି ଗୁଣ୍ଡକୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଖିରରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଦୃଷ୍ଟି ଶକ୍ତି ଖୁବ ପ୍ରଖର ହୋଇଥାଏ। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।
ବାଦାମ ମଧ୍ୟ ଦୃଷ୍ଟି ଶକ୍ତି ପାଇଁ ଖୁବ ଉପକାରୀ। ଏଥିରେ ଭିଟାମିନ ଇ, ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହାସହ ଏଥିରେ ଓମେଗା-୩, ଫ୍ୟାଟି ଏସିଡ ମଧ୍ୟ ରହିଛି। ଏହା ସ୍ମରଣଶକ୍ତି ଓ ଏକାଗ୍ରତା ବୃଦ୍ଧି ପାଇଁ ସହାୟକ। ନିୟମିତ ରାତିରେ ଗୋଟିଏ ବାଦାମ ପାଣିରେ ବତୁରାଇ ସକାଳେ ଏହାର ଚୋପା କାଢି ପେଷି ଖିରରେ ମିଶାଇ ପିଅନ୍ତୁ। ଏହା ଖୁବ ଉତ୍ତମ।
ଗାଜରରେ ଭିଟାମିନ ଏ ଅଧିକ ମାତ୍ରାରେ ରହିଛି। ଯାହା ଚକ୍ଷୁ ପାଇଁ ଖୁବ ଉପକାରୀ। ଏହା ସ୍ୱାସ୍ଥ୍ୟ ଓ ଚକ୍ଷୁ ପାଇଁ ଖୁବ ଲାଭଦାୟକ। ଏହାର ସେବନ ଦ୍ୱାରା ଚକ୍ଷୁ ଓ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories