www.samajalive.in
Thursday, December 11, 2025
26.1 C
Bhubaneswar

ବାଘୁଣୀକୁ ଟ୍ରାକ୍ଟର ଚଢାଇ ହତ୍ୟା

ଲକ୍ଷ୍ମୌ . – ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲାରେ ଏକ ବଘୁଣୀକୁ ଟ୍ରାକ୍ଟର ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଏହି ବାଘୁଣୀଟି ଜଣେ ଲୋକଙ୍କୁ  ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହେବାପରେ   ଉତ୍ୟକ୍ତ ଗ୍ରାମବାସୀମାନେ ଦୁଧବାର  ବାଘ୍ର ସଂରକ୍ଷଣ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ବନ କର୍ମଚାରୀମାନଙ୍କୁ ମାଡ ମାରିଥିଲେ । ଏହାପରେ ବନ ବିଭାଗର ଟ୍ରାକ୍ଟର ନେଇଯିବା ସହ ବାଘୁଣୀକୁ ଖୋଜିଥିଲେ । ୧୦ ବର୍ଷୀୟ ବାଘୁଣୀକୁ ଦେଖିବା ମାତ୍ରେ ତାକୁ ଟ୍ରାକ୍ଟର ଚଢାଇ ଦେଇଥିଲେ। ଏହାପରେ ତାକୁ ପିଟି ପିଟି ହତ୍ୟା କରିଥିଲେ ।

- Advertisement -

ଏମାନେ ସମସ୍ତେ ବାଘ୍ର ସଂରକ୍ଷଣ ନିକଟରେ ଥିବା ଏକ ଗ୍ରାମର ଲୋକ । ଗତ ୧୦ ବର୍ଷ ମଧ୍ୟରେ ଏହି ବାଘୁଣୀ କୌଣସି ଲୋକଙ୍କୁ ଆକ୍ରମଣ କରି ନଥିବା ବନ ବିଭାଗ ଅଧିକାରୀ କହିଛନ୍ତି । ବନ ବିଭାଗ ଅଭିଯୋଗ ପରେ ପୁଲିସ ଗ୍ରାମବାସୀମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ  କରିଛି ।

ବାଘୁଣୀଟି ଗତ କିଛି ସପ୍ତାହ ହେଲା  କିଛି ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିଥିଲା ।  ବନ ବିଭାଗକୁ ଅଭିଯୋଗ କରିବାପରେ କୌଣସି  କାର୍ଯ୍ୟାନୁଷ୍ଠାନ ହୋଇ  ନଥିଲା । ଏହାପରେ ବାଘୁଣୀଟୁ ଜଣେ ଲୋକଙ୍କୁ ମାରି ପକାଇବାରୁ ବାଧ୍ୟ ହୋଇ ଆଇନକୁ ହାତକୁ ନେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ ମହାରାଷ୍ଟ୍ରର ଏକ ବାଘକୁ ମଣିଷ ମାରିବା ଅଭିଯୋଗରେ ଗୁଳି କରି ହତ୍ୟା କରାଯାଇଥିଲା ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories