www.samajalive.in
Monday, December 8, 2025
20.1 C
Bhubaneswar

ନ୍ୟୁ ବ୍ୟାଙ୍କ କଲୋନୀରେ ଚୋରି ଉଦ୍ୟମ, ସିସିଟିଭି ଦୃଶ୍ୟ ପ୍ରଘଟ

ସମ୍ବଲପୁର: ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ନ୍ୟୁ ବ୍ୟାଙ୍କ କଲୋନୀ ଅଞ୍ଚଳରେ ମଙ୍ଗଳବାର ରାତିରେ ଚୋରି ଉଦ୍ୟମ ହୋଇଛି। ଏହାର ସିସିଟିଭି ଫୁଟେଜ ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ଭାଇରାଲ ହୋଇଛି । ପ୍ରାପ୍ତସୂଚନାନୁଯାୟୀ, ମଙ୍ଗଳବାର  ରାତ୍ରି ପ୍ରାୟ ୩ଟା ସମୟରେ ୫ ଜଣ ଯୁବକ କଲୋନୀ ଅଞ୍ଚଳରେ ଅନଧିକୃତ ଭାବରେ ପ୍ରବେଶ କରିଥିଲେ । ଗୋଟିଏ ଘରର ତାଲା ଭାଙ୍ଗି ପ୍ରବେଶ କରୁଥିବା ବେଳେ ସେଠାରେ କୁକୁର ଥିବାରୁ ଘରକୁ ପଶି ପାରି ନ ଥିଲେ। ଏହା ପରେ ଅନ୍ୟ ଏକ ଘରକୁ ଟାର୍ଗେଟ କରିଥିବା ବେଳେ ସେଠାରେ ମଧ୍ୟ ଚୋରି ଉଦ୍ୟମ ବିଫଳ ହୋଇଥିଲା । ଖବର ମିଳିବା ପରେ ଧନୁପାଲି ପୁଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories