www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବର ୧୮୫ଟି ଦେଶ ବାସିନ୍ଦାଙ୍କ ଖାଦ୍ୟାଭାସ ଅଧ୍ୟୟନ, ଭାରତୀୟଙ୍କ ଖାଦ୍ୟରେ ପୋଷକତତ୍ତ୍ବର ଅଭାବ

ନୂଆଦିଲ୍ଲୀ: ଭାରତୀୟମାନେ ଖାଉଥିବା ଖାଦ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପୋଷକତତ୍ତ୍ବର ଅଭାବ ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏ ସଂକ୍ରାନ୍ତୀୟ ତଥ୍ୟ ଲାନ୍‌ସେଟ ନାମକ ପତ୍ରିକାରେ ପ୍ରକାଶ ପାଇଛି। ଭାରତୀୟଙ୍କ ଖାଦ୍ୟରେ ଲୌହସାର, କ୍ୟାଲିୟମ୍‌ ଆଦି ପୋଷକତତ୍ତ୍ବର ଅଭାବ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ବର ୧୮୫ଟି ଦେଶ ବାସିନ୍ଦାଙ୍କ ଖାଦ୍ୟାଭାସ ଉପରେ ଏକ ସଂସ୍ଥା ତରଫରୁ ଅଧ୍ୟୟନ କରାଯାଇଥିଲା। ବିଶ୍ବର କୋଟିକୋଟି ଲୋକେ ୧୫ଟି ଅତ୍ୟାବଶ୍ୟକ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ଗ୍ରହଣ କରୁନଥିବା ଅଧ୍ୟୟନରୁ ଜଣାପଡ଼ିଥିଲା। ବିଶ୍ବର ୫୦୦ କୋଟିରୁ ଅଧିକ ଲୋକ ଆବଶ୍ୟକ ପରିମାଣର ଆୟୋଡିନ, ଭିଟାମିନ୍‌ ଇ ଏବଂ କ୍ୟାଲିୟମଯୁକ୍ତ ଖାଦ୍ୟ ଖାଉନଥିବା ରିପୋର୍ଟରେ ଦର୍ଶଯାଇଛି।

- Advertisement -

ଭାରତୀୟ ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍‌ ଆୟୋଡିନଯୁକ୍ତ ଖାଦ୍ୟ ଖାଉଥିବା ବେଳେ ପୁରୁଷମାନେ ମହିଳାଙ୍କ ତୁଳନାରେ କମ୍‌ ପରିମାଣର ଜିଙ୍କ୍‌, ମ୍ୟାଗନେସିୟମ ଭଳି ପୋଷକତତ୍ତ୍ବ ଥିବା ଖାଦ୍ୟ ଖାଉଥିବା ଜଣାପଡ଼ିଛି।

ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆରେ ପୁରୁଷ ଓ ମହିଳା କ୍ୟାଲସିୟମଯୁକ୍ତ ଖାଦ୍ୟ କମ୍‌ ପରିମାଣରେ ଖାଉଥିବା ଜଣାପଡ଼ିଛି। ଉପଯୁକ୍ତ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ନ ଖାଇବା ଫଳରେ ସେମାନେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟଙ୍କ ଖାଦ୍ୟରେ ରାଇବୋଫ୍ଲୋବିନ, ଫୋଲେଟ୍‌ ଆଦିର ଅଭାବ ରହିଥିବା ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories