www.samajalive.in
Monday, December 8, 2025
20.1 C
Bhubaneswar

ଜାରି ରହିଛି ଚଢାଉ ; ବର୍ତ୍ତମାନ ସୁଦ୍ଧା ୪୬ କୋଟି ଗଣତି ଶେଷ

ବଲାଙ୍ଗୀର : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ। ଏହାକୁ ନେଇ ଶନିବାର ମଧ୍ୟ ଆୟକର ଟିମ୍‌‌ର ଚଢାଉ ଜାରି ରହିଛି। ବଲାଙ୍ଗୀରରେ ୪ର୍ଥ ଦିନରେ ଆୟକର ବିଭାଗର ଚଢାଉ ଜାରି ରହିଛି। ସୁଦପଡା ଓ ଟିଟିଲାଗଡ ଦେଶୀ ମଦ ଭାଟିରେ ଶନିବାର ଚଢାଉ କରାଯାଉଛି। ସୁଦପଡା ମଦଭାଟି ମ୍ୟାନେଜରଙ୍କୁ ଧରି ବ୍ୟାଙ୍କରେ ଆୟକର ଟିମ୍‌‌ ପହଞ୍ଚିଛି। ଜିଲା ଏସ୍‌‌ବିଆଇ ମୁଖ୍ୟ ଶାଖାକୁ ଆୟକର ଟିମ୍‌‌ ଆଣିଛି। କାଲି ମ୍ୟାନେଜରଙ୍କ ଟଙ୍କା ଭର୍ତ୍ତି ୨୦ଟି ପେଟି ମିଳିଥିଲା। ଟିଟିଲାଗଡ ମଦ ଭାଟିରେ ୭ ଜଣିଆ ଟିମ୍‌‌ ଖୋଳତାଡ ଜାରି ରଖିଛନ୍ତି। ଟିଟିଲାଗଡ ଏସବିଆଇ ବ୍ରାଞ୍ଚରେ ୩ ଜଣିଆ ଟିମ୍‌‌ର ଯାଞ୍ଚ ଜାରି ରହିଛି। ଚଢାଉ ପରେ ବିପୁଳ ଟଙ୍କା ଜବତ ପରେ ବ୍ୟାପକ ତନାଘନା କରାଯାଉଛି।
ଏହାସହ ବଲାଙ୍ଗୀର ଜିଲାରେ ହାଇଦ୍ରାବାଦ ଆୟକର ଟିମ୍‌‌ ତନାଘନା କରୁଛି। ୨୦ ଜଣିଆ ଆଇଟି ଆନାଲିସିସ୍‌‌ ଟିମ୍‌‌ ଏହି ଯାଞ୍ଚ କରୁଛି।
ଆୟକର ବିଭାଗର ଚଢାଉ ପରେ ୨ ଦିନରେ ୪୬ କୋଟି ଟଙ୍କା ଗଣତି ହୋଇଛି। ଏନେଇ ଶନିବାର ବଲାଙ୍ଗୀର ଏସ୍‌‌ବିଆଇ ରିଜିଓନାଲ ମ୍ୟାନେଜର ସୂଚନା ଦେଇଛନ୍ତି। ବ୍ୟାଙ୍କକୁ ମୋଟ ୧୭୬ଟି ଟଙ୍କା ଭର୍ତ୍ତି ବ୍ୟାଗ୍‌‌ ଆସିଛି। ପୂର୍ବରୁ ୧୫୬ ଓ ଗତକାଲି ୨୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍‌‌ ଆସିଛି। ଏଯାଏଁ ୪୦ଟି ବ୍ୟାଗର ଗଣତି ଶେଷ ହୋଇଛି। ଗଣତି ପାଇଁ ଏବେ ୨୫ଟି ମେସିନ୍‌‌ ଓ ୫୦ କର୍ମଚାରୀ ସାମିଲ ରହିଛନ୍ତି। ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି। ମେସିନ୍‌‌ ତ୍ରୁଟି ଦେଖାଦେଲେ ଏହାକୁ ସଜାଡିବାକୁ ସମ୍ବଲପୁରରୁ ଯନ୍ତ୍ରୀ ଆସିଛନ୍ତି ବୋଲି ସୂଚନା ମିଳିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories