www.samajalive.in
Monday, December 8, 2025
27.1 C
Bhubaneswar

ଧନ୍ୟବାଦର ପାତ୍ର ସଫେଇ କର୍ମଚାରୀ

ଜନସାଧାରଣ ଭୟଭୀତ ହୋଇ ନିଜ ଜୀବନକୁ ବଞ୍ଚେଇବା ପାଇଁ ସତର୍କ ହୋଇସାରିଲେଣି। କରୋନା ରୋଗକୁ ରୋକିବା ନିମନ୍ତେ ସରକାର ମଧ୍ୟ କୌଣସି କ୍ଷେତ୍ରରେ ଅବହେଳା କରୁନାହାନ୍ତି। ଡାକ୍ତରୀ ଦଳ, ସେବିକା, ଚିକିତ୍ସାଳୟ କର୍ମଚାରୀ ବାଦ୍ ସଫେଇ କର୍ମଚାରୀମାନେ ମଧ୍ୟ ପ୍ରଶଂସା ପାଇବା ନିତାନ୍ତ ଜରୁରୀ। ନିକଟରେ ମୁମ୍ବଇ ଲୋକାଲ୍ ଟ୍ରେନ୍‌‌କୁ ପରିଷ୍କାର କରୁଥିବା ସଫେଇ କର୍ମଚାରୀଙ୍କ ଫଟୋ ବିଭିନ୍ନ ସୋସିଆଲ୍ ସାଇଟ୍‌୍ରେ ପ୍ରକାଶିତ ହୋଇଥିଲା। ନିଜ ଜୀବନ ବିଷୟରେ ନ ଭାବି ଏମାନେ ଯାତ୍ରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି। ବିଶ୍ବର ଅନ୍ୟ ପ୍ରାନ୍ତରେ ଥିବା ବିମାନବନ୍ଦର, ମେଟ୍ରୋ, ରେଳ ବଗିଗୁଡ଼ିକୁ ମଧ୍ୟ ସମାନ ଭଭାବେ ସାନିଟାଇଜ୍ କରାଯାଉଥିବାର ଜଣାପଡ଼ିଛି। ହାତର ସ୍ପର୍ଶ ଜରିଆରେ ବ୍ୟାପୁଥିବା ଏଇ ରୋଗରୁ ବର୍ତ୍ତିବା ନିମନ୍ତେ ଲିଫ୍ଟ ସୁଇଚ୍‌୍, ପାହାଚ ରେଲିଂ, ଆପାର୍ଟମେଣ୍ଟ ମୁଖ୍ୟ କବାଟ ଓ ରେଳ ଡବାର ବସିବା ସ୍ଥାନଗୁଡ଼ିକୁ ଭଲଭାବେ ପରିଷ୍କାର କରାଯାଉଥିବାର ପ୍ରକାଶ। ସତର୍କ ଓ ସଚେତନ ରହିବା ହିଁ ଏଇ ରୋଗରୁ ରକ୍ଷା ପାଇବାର ମୁଖ୍ୟ ଉପାୟ ବୋଲି ବିଶେଷଜ୍ଞଙ୍କ ମତ। ଡାକ୍ତରୀ ଦଳ ସହ ବିଶ୍ବର ପ୍ରତ୍ୟେକ ପ୍ରାନ୍ତର ସଫେଇ କର୍ମଚାରୀଙ୍କ ପଦକ୍ଷେପ ମଧ୍ୟ ପ୍ରଶଂସନୀୟ ବୋଲି ବିଭିନ୍ନ ମହଲରୁ ଜଣାପଡ଼ିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories