www.samajalive.in
Monday, December 8, 2025
27.1 C
Bhubaneswar

ଆତଙ୍କବାଦି ଅନ୍ୟତ୍ର ଆତଙ୍କି କାର୍ଯ୍ୟକଳାପ ନିମନ୍ତେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କଲେ ତାଲିବାନ ଦାୟୀ ରହିବେ- ବ୍ଲିଙ୍କେନ

ୱାଶିଂଟନ ଡିସି: ଆଫଗାନିସ୍ତାନ ମାଟିକୁ ଅନ୍ୟ କୌଣସି ରାଷ୍ଟ୍ର ବିରୋଧରେ ଆତଙ୍କବାଦି କାର୍ଯ୍ୟକଳାପ ନିମନ୍ତେ ବ୍ୟବହାର ହେବାକୁ ଦିଆଯିବ ନାହିଁ, ଏହି ପ୍ରତିଶ୍ରୁତି ତାଲିବାନ ଦେଇଛି। ଯଦି ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନ ମାଟିକୁ ଅନ୍ୟ ରାଷ୍ଟ୍ରରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଏକ ମୂଳ ସ୍ଥାନ ଭାବରେ ବ୍ୟବହାର କରନ୍ତି, ତେବେ ସେଥିପାଇଁ ତାଲିବାନ ଦାୟୀ ରହିବ ବୋଲି ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଗୁରୁବାର ଦିନ ବ୍ଲିଙ୍କେନ କହିଛନ୍ତି ଆତଙ୍କର ମୁକାବିଲା ପାଇଁ ଉକ୍ତ ଅଞ୍ଚଳରେ ଆମେରିକା ବରାବର ସତର୍କ ଦୃଷ୍ଟି ରଖିବ। ଏହି ଅବସରରେ ବ୍ଲିଙ୍କେନ ଏହା ମଧ୍ୟ କହିଥିଲେ ଯେ ପ୍ରତିଶ୍ରୁତି ପାଳନ ନିମନ୍ତେ ଆମେରିକା ପ୍ରଶାସନ ତାଲିବାନ ଉପରେ ଭରସା କରିପାରିବେ ନାହିଁ। ଅଗଷ୍ଟ ୨୫ରେ ଆଇଏସଆଇଏସ ଆକ୍ରମଣରୁ ଏହା ପ୍ରତିଫଳିତ ହୋଇସାରିଛି, ଯେଉଁଥିରେ ଅନେକ ଆଫଗାନ ନାଗରିକଙ୍କ ସହିତ ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ।

ବ୍ଲିଙ୍କେନ କହିଥିଲେ, ଆମ ସମସ୍ତଙ୍କୁ ସଜାଗ ରହି ବିପଦ ଉପରେ ସତର୍କ ଦୃଷ୍ଟି ରଖିବାକୁ ହେବ ଏବଂ ଯେତେବେଳେ ସେଭଳି ପରିସ୍ଥିତି ସୃଷ୍ଟି ହେଉଛି ତାହାକୁ କଠୋର ହସ୍ତରେ ଦମନ କରିବାକୁ ହେବ। ଯେକୌଣସି ଆତଙ୍କର ମୁକାବିଲା ସକାଶେ ଆମେରିକା ଉକ୍ତ ଅଞ୍ଚଳରେ ମଜଭୁତ ଆତଙ୍କବାଦ ମୁକାବିଲା କ୍ଷମତା ବଜାୟ ରଖିବ ଏବଂ ଯଦି ଆବଶ୍ୟକ ପଡେ ତେବେ ଆମେରିକା ତାହା ପ୍ରୟୋଗ କରିବାରେ କୁଣ୍ଠାବୋଧ କରିବ ନାହିଁ। ସେ ଆଉ ମଧ୍ୟ କହିଥିଲେ, ତାଲିବାନ କାମଚଳା ସରକାର ବିଦେଶୀ ନାଗରିକ, ଭିସାଧାରୀ ଏବଂ ଆଫଗାନ ଜନସାଧାରଣଙ୍କୁ ସେମାନେ ଯଦି ଚାହାନ୍ତି ତେବେ ଦେଶ ବାହାରକୁ ଯିବାକୁ ଅନୁମତି ଦେବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ଗତ ମାସରେ ଆମେରିକା ତାହାର ସୈନ୍ୟମାନଙ୍କୁ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନେଇଥିଲା। ଏହାପରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ନିଜ ଅକ୍ତିଆରକୁ ନେଇଥିଲେ। ଆମେରିକା ସେଠାରୁ ଯେଉଁଭଳି ଭାବରେ ଫେରିଗଲା ତାହାକୁ ନେଇ ବିଶ୍ୱବ୍ୟାପୀ କଡା ସମାଲୋଚନା କରାଯାଉଥିବାବେଳେ ତାଲିବାନ ଆତଙ୍କି ସରକାରକୁ ସ୍ୱୀକୃତି ନେଦବାକୁ ବାଇଡେନ ସରକାର ଉପରେ ଚାପ ବଢିବାରେ ଲାଗିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories