www.samajalive.in
Monday, December 8, 2025
27.1 C
Bhubaneswar

ଜାତିସଂଘ ପାଇଁ ନିଜର ପ୍ରତିନିଧିଙ୍କ ନାମ ଘୋଷଣା କଲା ତାଲିବାନ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଦ୍ୱାରା ସ୍ୱୀକୃତି ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଆଫଗାନିସ୍ତାନର ତାଲିବାନ ସରକାର ଦୋହାସ୍ଥିତ ଏହାର ମୁଖପାତ୍ର ସୁହେଲ ସାହିନଙ୍କୁ ଜାତିସଂଘ ପାଇଁ ରାଷ୍ଟ୍ରଦୂତ ଭାବରେ ଘୋଷଣା କରିଛି। ଏଥିସହିତ ଜାତିସଂଘର ସାଧାରଣ ଅଧିବେଶନରେ ସେ ଉଦବୋଧନ ଦେବାକୁ ଏହା ଜାତିସଂଘକୁ ପତ୍ର ଲେଖିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ତାଲିବାନର ପତ୍ର ମିଳିଛି। ଏହା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତ୍ତାକି ଲେଖିବା ସହିତ ଜାତିସଂଘର ସାଧାରଣ ଅଧିବେଶନରେ ଅଂଶଗ୍ରହଣ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ୨୦ ତାରିଖରେ ଏହି ପତ୍ର ଲେଖାଯାଇଛି। ଏଥିରେ ଏହା ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ଗୁଲାମ ଇସାକଜାଇ ଆଉ ଜାତିସଂଘରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ହୋଇ ରହିନାହାନ୍ତି। ଇସଲାମିକ ଏମିରେଟ ଅଫ ଆଫଗାନିସ୍ତାନର ସରକାରୀ ଲେଟର ପ୍ୟାଡରେ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘନି ବହିଷ୍କୃତ ହୋଇଛନ୍ତି। ଜାତିସଂଘ ମୁଖପାତ୍ର ଷ୍ଟିଫାନେ ଡୁଜାରିକ କହିଛନ୍ତି, ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରାଯିବା ପରେ ତାଲିବାନ ପଠାଇଥିବା ପତ୍ରକୁ ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନ ପାଇଁ ରହିଥିବା କ୍ରେଡେନସିଆଲ କମିଟି ସଦସ୍ୟମାନଙ୍କ ନିକଟକୁ ପଠାଇ ଦିଆଯାଇଛି। ୯ ଜଣିଆ କମିଟି ତାହା ଉପରେ ନିଷ୍ପତ୍ତି ନେବେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories