www.samajalive.in
Monday, December 8, 2025
20.1 C
Bhubaneswar

ବୀର ସାୱରକର ବେଶରେ ରଣଦୀପ ହୁଡ୍ଡା; ଟିଜର୍‌ ଦେଖି ଲୋମ ଟାଙ୍କୁରି ଉଠିବ

ମୁମ୍ବଇ: ପ୍ରଶଂସକଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ ଶେଷରେ ରିଲିଜ୍‌‌ ହୋଇଛି ଅଭିନେତା ରଣଦୀପ ହୁଡ୍ଡାଙ୍କ ଫିଲ୍ମ ‘ସ୍ୱାତନ୍ତ୍ର୍ୟ ବୀର ସାୱରକର’ର ଟିଜର୍‌‌। ଏହି ଚଳଚ୍ଚିତ୍ର ବିନାୟକ ଦାମୋଦର ସାୱରକର ଓରଫ୍‌‌ ବୀର ସାୱରକରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ସାୱରକରଙ୍କ ୧୪୦ତମ ଜୟନ୍ତୀ ଅବସରରେ ରବିବାର ଫିଲ୍ମର ନିର୍ମାତା ଏହାର ପ୍ରଥମ ଝଲକ୍‌‌ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି। ଟିଜର୍‌‌ ବେଶ୍‌‌ ଲୋମ ହର୍ଷଣକାରୀ ଏବଂ ଦର୍ଶକ ଏହାକୁ ଖୁବ୍‌‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ବୀର ସାୱରକର ସାଜିଥିବା ରଣଦୀପ ହୁଡ୍ଡାଙ୍କଠାରୁ ଟିଜର୍‌‌ ଆରମ୍ଭ ହେଉଛି। ସେ ଚାଲୁଥିବା ଦେଖିବାକୁ ମିଳିଛି। ପୁଣି ସାରା ସହରରେ ନିଆଁ ଲାଗିଥିବା ଦେଖାଯାଉଛି। ଏହାପରେ ରଣଦୀପ ନଦୀକୁ ଡେଉଁଥିବା ଦେଖିବାକୁ ମିଳିଛି। ନିଆଁ ମଧ୍ୟରେ ଲୋକମାନଙ୍କୁ ବ୍ରିଟିଶ୍‌‌ ପୁଲିସ ମାଡ଼ ମାରୁଛନ୍ତି। ସାୱରକର ସାଜିଥିବା ରଣଦୀପଙ୍କ ମୁହଁ ଦେଖାଯାଉନାହିଁ, କିନ୍ତୁ ତାଙ୍କ ସ୍ୱର ଶୁଣାଯାଉଛି। ଏହାପରେ ଶିକୁଳିରେ ବନ୍ଧା ହୋଇଥିବା ରଣଦୀପ ସାମ୍ନାକୁ ଆସୁଛନ୍ତି। ସେ ବିପ୍ଳବ କରୁଛନ୍ତି, ଇଂରେଜଙ୍କଠାରୁ ମାଡ଼ ଖାଉଛନ୍ତି, ଜେଲ୍‌‌ରେ ହାତକଡ଼ିରେ ବନ୍ଧା ହେବା ସହ ଜନସାଧାରଣଙ୍କ ମଧ୍ୟରେ ଫୁଲମାଳ ପିନ୍ଧି ଠିଆ ହୋଇଥିବା ନଜର ଆସିଛନ୍ତି।

- Advertisement -

‘ସ୍ୱାତନ୍ତ୍ର୍ୟ ବୀର ସାୱରକର’ର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ରଣଦୀପ ହୁଡ୍ଡା। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି। ଟିଜରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ଫିଲ୍ମ ପାଇଁ ଅଭିନେତା ଅନେକ ପରିଶ୍ରମ କରିଛନ୍ତି। ଫିଲ୍ମରେ ତାଙ୍କ ଲୁକ୍‌‌ ବେଶ୍‌‌ ଆକର୍ଷଣୀୟ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ମୁକ୍ତିଲାଭ ତାରିଖ ନେଇ କୌଣସି ଘୋଷଣା ହୋଇନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories