www.samajalive.in
Monday, December 8, 2025
27.1 C
Bhubaneswar

ଅଙ୍କିତାଙ୍କୁ ଝୁରୁଥିଲେ ସୁଶାନ୍ତ : ମନୋଚିକିତ୍ସକ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଏକ ଶକ୍ତ ଧକ୍କା ଦେଇଛି। ତାଙ୍କ ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ଅନେକ ଲୋକଙ୍କ ଦାବି ପରେ ପୁଲିସ ଏବେ ଏହି ମାମଲାର ଜୋରସୋର ତଦନ୍ତ କରୁଛି। ଇତି ମଧ୍ୟରେ ପୁଲିସ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ଲୋକଙ୍କ ବୟାନ ରେକର୍ଡ଼ କରିସାରିବା ପରେ ଏବେ ତାଙ୍କ ମନୋଚିକିତ୍ସକଙ୍କଠାରୁ ଅନ୍ୟ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ବ୍ରେକ୍‍ଅପ୍‍ ପରେ ମଧ୍ୟ ସେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କୁ ଖୁବ୍‍ ମନେ ପକାଉଥିଲେ ଓ ଝୁରୁଥିଲେ।

ମନୋଚିକିତ୍ସକଙ୍କ କହିବାନୁସାରେ, ସେ ଅଙ୍କିତାଙ୍କୁ ଅଧିକାଂଶ ସମୟରେ ମନେ ପକାଉଥିଲେ। ତାଙ୍କ ସହ ବ୍ରେକ୍‍ଅପକୁ ନେଇ ଖୁବ୍‍ ପଶ୍ଚାତାପ କରୁଥିଲେ। ସେ କହୁଥିଲେ ଅଙ୍କିତାଙ୍କଠାରୁ ଅଲଗା ହେବା ତାଙ୍କର ବହୁତ ବଡ଼ ଭୁଲ୍‍ ଥିଲା। ବ୍ରେକ୍‍ଅପ୍‍ ହେବାର କିଛିଦିନ ପର୍ଯ୍ୟନ୍ତ ତ ସବୁକିଛି ଠିକ୍‍ ଚାଲିଲା। ହେଲେ ପରେ ପରେ ସେ ଅନ୍ୟମନସ୍କ ରହିବାକୁ ଲାଗିଲେ ଓ ଖୁବ୍‍ ଚିନ୍ତିତ ଦେଖାଯାଉଥିଲେ।

- Advertisement -

ଅପର ପକ୍ଷରେ ସୁଶାନ୍ତ ଓ ଅଙ୍କିତାଙ୍କ ବନ୍ଧୁ ସନ୍ଦୀପ ସିଂହ ସୁଶାନ୍ତଙ୍କୁ ମନେପକାଇ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଲେଖିଛନ୍ତି। ଇନ୍‍ଷ୍ଟାଗ୍ରାମରେ ସେ ଲେଖିଛନ୍ତି, ସୁଶାନ୍ତ ଓ ଅଙ୍କିତା ଦୁହେଁ ପରସ୍ପରଙ୍କ ପାଇଁ ତିଆରି ହୋଇଥିଲେ। ଦୁହିଙ୍କ ପ୍ରେମ ସତ୍ୟ ଓ ନିଃସ୍ୱାର୍ଥପର ଥିଲା ଏବଂ ଦୁହେଁ ଦେଖିଥିବା ସ୍ପପ୍ନ ମୁତାବକ ଦୁହେଁ ବିବାହ କରିବା ଉଚିତ ଥିଲା। ଅଙ୍କିତା ହିିଁ ସେହି ମଣିଷ, ଯିଏ ସୁଶାନ୍ତଙ୍କୁ ବଞ୍ଚାଇ ପାରିଥାଆନ୍ତେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories