www.samajalive.in
Monday, December 8, 2025
27.1 C
Bhubaneswar

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ଼ କଲା ପୁଲିସ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବଲିଉଡ଼ ସମେତ ସାରା ଦେଶରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଏନେଇ ଜୋରସୋର ତଦନ୍ତ ଚଳାଇଛି। ଗୁରୁବାର ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ ରିୟାଙ୍କୁ ପଚରାଉଚରା କରିଛି ଏବଂ ତାଙ୍କ ବୟାନ ରେକର୍ଡ଼ କରିଛି।

ଏପର୍ୟ୍ୟନ୍ତ ପୁଲିସ ଅନୁସନ୍ଧାନ ଏବଂ ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା ହୋଇଥିବା ଜଣାପଡିଛି। କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ତମାମ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ସବୁ ଦିଗରୁ ଯାଞ୍ଚ କରୁଛି।

- Advertisement -

ସୂଚନାଯୋଗ୍ୟ, ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି। ପୁଲିସ ତାଙ୍କ ଡିପ୍ରେସନର କାରଣ ଏବେ ଖୋଜୁଛି। ରିୟାଙ୍କ ସହ ସୁଶାନ୍ତଙ୍କ ପ୍ରେମ ସମ୍ପର୍କ ଥିବା ଦୀର୍ଘଦିନରୁ ଚର୍ଚ୍ଚା ହେଉଥିଲା। ଚଳିତ ବର୍ଷ ଶେଷ ଆଡ଼କୁ ଦୁହେଁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। କିନ୍ତୁ ଉଭୟଙ୍କ ଭିତରୁ କେହି ବି ଏହାକୁ ସ୍ୱୀକାର କରିନାହାନ୍ତି। ଆତ୍ମହତ୍ୟା ପୂର୍ବରୁ କିନ୍ତୁ ସୁଶାନ୍ତ ରିୟାଙ୍କୁ ଫୋନ୍‌ କରିଥିଲେ। ଉଭୟଙ୍କ ଭିତରେ କ’ଣ କଥାବାର୍ତ୍ତା ହୋଇଥିଲା ତାହା ଜାଣିବା ପାଇଁ ରିୟାଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories