www.samajalive.in
Monday, December 8, 2025
20.1 C
Bhubaneswar

ପୁରୀ ରଥଯାତ୍ରା ପ୍ରସଙ୍ଗ ଉଠାଇ ମହରମ୍ ଶୋଭାଯାତ୍ରା ଅନୁମତି ଆବେଦନ; ସୁପ୍ରିମକୋର୍ଟ କହିଲେ – ’ଏହା ଏକ ନିର୍ଦିଷ୍ଟ ସହରର କଥା’

ନୂଆଦିଲ୍ଲୀ: ସିଆ ଧର୍ମଗୁରୁ ମୌଲନା କଲବେ ଜବ୍ବାତ ଦେଶରେ ମହରମ୍ ଶୋଭାଯାତ୍ରା ନିମନ୍ତେ କରିଥିବା ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏପରି ଅନୁମତି ଦିଆଯିବା ସମ୍ଭବ ନୁହେଁ କହିଛନ୍ତି । ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଏସ.ଏ ବୋବଡ଼େ ଏ ପ୍ରସଙ୍ଗରେ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟ ସମ୍ପୃକ୍ତ ରାଜ୍ୟର ସ୍ଥିତି ଦେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ଏହି ପ୍ରସଙ୍ଗରେ ମୌଲାନାଙ୍କ ଓକିଲ ପୁରୀ ରଥଯାତ୍ରା ଅନୁମତି ପ୍ରସଙ୍ଗର ଉଦାହରଣ ଦେଇଥିଲେ । ମାତ୍ର ଅଦାଲତ କହିଥିଲେ ଓଡ଼ିଶାରେ ପୁରୀ ରଥଯାତ୍ରା କେବଳ ଗୋଟିଏ ସହ ମଧ୍ୟରେ ସୀମିତ ଥିଲା । ପୁରା ଦେଶ ପାଇଁ ଏଥିପାଇଁ ଅନୁମତି ଦିଆଯାଇ ନ ଥିଲା । ଯଦି ପୁରା ଦେଶରେ ମହରମ ଶୋଭାଯାତ୍ରା ନିମନ୍ତେ ଅନୁମତି ଦିଆଯିବ ତେବେ ଭବିଷ୍ୟତରେ ଗୋଟିଏ ସମ୍ପ୍ରଦାୟକୁ କରୋନା ନିମନ୍ତେ ଲୋକମାନେ ଦୋଷ ଦେବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ଅନ୍ୟପକ୍ଷରେ ମୌଲାନା ଲକ୍ଷ୍ନୌରେ ମହରମ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେବାକୁ ଅଦାଲତକୁ ଅନୁରୋଧ କରିଥିଲେ। ଏହି ସହରରେ ସିଆ ସମୁଦାୟର ବହୁ ଲୋକ ରହୁଛନ୍ତି,ତେଣୁ ଲକ୍ଷ୍ନୌରେ ଶୋଭାଯାତ୍ରା ନିମନ୍ତେ ଅନୁମତି ଦିଆଯାଉ ବୋଲି କହିଥିଲେ । ମାତ୍ର  ଆବେଦନକାରୀଙ୍କୁ ଆଲ୍ହାବାଦ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଲକ୍ଷ୍ନୌର ସ୍ଥିତିକୁ ବିଚାର କରି ହାଇକୋର୍ଟ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ।
ଉଲ୍ଲେଖଯୋଗ୍ୟ ଯେ ଜହ୍ନ ଦେଖାଯିବା ସହ ଏହି ପର୍ବ ଅଗଷ୍ଟ ୨୯ ବା ୩୦ ତାରିଖରୁ ଆରମ୍ଭ ହେବ । ମହରମ ପର୍ବ ପୈଗମ୍ବର ହଜରତ ମହମ୍ମଦଙ୍କ ୭୨ ସହଯୋଗୀଙ୍କ ସ୍ମୃତିରେ ପାଳନ କରାଯାଇଥାଏ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories