www.samajalive.in
Monday, December 8, 2025
17.1 C
Bhubaneswar

କନ୍ଧମାଳ ଲୋକସଭା ଆସନରେ ପ୍ରଥମ ଥର ପାଇଁ ଖାତା ଖୋଲିଲା ବିଜେପି: ସୁକାନ୍ତ ପାଣିଗ୍ରାହୀ ବିଜୟୀ, ହାରିଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ:ଗଣତନ୍ତ୍ରୀ ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ର ଭୋଗ ଗଣତି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନରେ  ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସର୍ବାଧିକ ୪ ଲକ୍ଷ ୧୬ ହଜାର ୪୧୫ ଟି ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ତଥା ଅଚ୍ୟୁତ ସାମନ୍ତ ୩ ଲକ୍ଷ ୯୫ ହଜାର ୪୪ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୨୧ ହଜାର ୩୭୧ ଟି ଅଧିକ ଭୋଟ ପାଇ କନ୍ଧମାଳ ସାସଦ ଭାବେ ବିଜୟ ହୋଇଥିବା ବେଳେ କନ୍ଧମାଳ ଲୋକସଭା ଆସନରେ ବିଜେପି ଦଳ ପ୍ରଥମ ଥର ପାଇଁ ଖାତା ଖୋଲିବାରେ ସକ୍ଷମ ହୋଇଛି।

କଂଗ୍ରେସ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ୧ ଲକ୍ଷ ୪୪ ହଜାର ୩୨୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ମାନସ ଲୋକଶକ୍ତି ଦଳର ପ୍ରାର୍ଥୀ ଭାଗିରଥି ବଳିଆରସିଂ ୭୩୩୦ଟି , ସ୍ୱାଧୀନପାର୍ଥୀ କନକ ମଞ୍ଜରୀ ରଥ ୫୨୦୫ଟି, ବହୁଜନ ସମାଜ ପାଟି ପ୍ରାର୍ଥୀ ୫୧୩୭ଟି ଭୋଟ , ନେସନାଲ୍ ଜନତା ଦଳର ପାର୍ଥୀ ସୁବାଷ ମହାପାତ୍ର ୪୧୩୭ଟି ଏବଂ କଳିଙ୍ଗସେନାର  ପ୍ରାର୍ଥୀ ପର୍ଶୁରାମ ପ୍ରଧାନ ୨ ହଜାର ୭୮୧ ଟି ଭୋଟ ପାଇଛନ୍ତି।

- Advertisement -

କନ୍ଧମାଳ ଜିଲାର ତିନୋଟି ନିର୍ବାଚନ ମଣ୍ଡଳୀ ଫୁଲବାଣୀ , ବାଲିଗୁଡ଼ା , ଜି.ଉଦୟଗିରି ସମତେ ଭଞ୍ଜନଗର , ଦଶପଲ୍ଳା , ବୌଦ୍ଧ ଏବଂ କଣ୍ଟାମାଳ ନିର୍ବାଚନ ମଣ୍ଡଳିକୁ ନେଇ ଗଠିତ କନ୍ଧମାଳ ଲୋକସଭା ଆସନରେ ୧୫ ହଜାର ୭୨୦ଜଣ ଭୋଟ ନୋଟାରେ ଭୋଟ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories