www.samajalive.in
Monday, December 8, 2025
20.1 C
Bhubaneswar

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସମେତ ବିଭିନ୍ନ ଦାବୀରେ ୭ କାଉନସିଲରଙ୍କ ଅନଶନ

ଦେବଗଡ଼଼: ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଏବଂ ଏହାର ପୁନଃ ମୂଲ୍ୟାୟନ ସମେତ ବିବିନ୍ନ ଦାବୀରେ ଶୁକ୍ରବାର ପୌର ପରିଷଦର ୭ ଜଣ କାଉନସିଲର ଦେବଗଡ଼ ପୌର ପରିଷଦ କର୍ଯ୍ୟାଳୟ ପରିସରରେ ଅନଶନ ଆରମ୍ଭ କରିଛନ୍ତି। ସେହିପରି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଦେବଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ତଥା ୪ ନମ୍ବର ୱାର୍ଡର ବିଜେପି କାଉନସିଲର ପ୍ରଜିତ କୁମାର ଭୋଜ, ସ୍ୱାଧିନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, ବିଜେପି କାଉନସିଲର ମଧୁ ସୂଦନ ବାଘ, ପିଙ୍କି ସାହୁ ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଳ ଦେବଗଡ଼ ପୌର ପରିଷଦ କର୍ଯ୍ୟାଳୟ ପରିସରରେ ଅନଶନ ଆରମ୍ଭ କରିଥିଲେ। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଏବଂ ଏହାର ପୁନଃ ମୂଲ୍ୟାୟନ ସେମାନଙ୍କର ମୁଖ୍ୟ ଦାବୀ ହୋଇଥିବା ବେଳେ ଏଥିସହିତ ଦୈନିକ ବଜାରର ନିଲାମ ପ୍ରକ୍ରିୟାକୁ ରଦ୍ଦ କରାଯାଇ ପୌର ପରିଷଦର ଅନୁମୋଦନ ପରେ ନିଲାମ କରାଯିବା, ପୌର ପରିଷଦ କଲ୍ୟାଣ ମଣ୍ଡପର ଦୈନିକ ଭଡା ୧୮ ହଜାର ଟଙ୍କାରୁ ହ୍ରାସ କରି ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯିବା ଓ ଦୈନିକ ପରିବା ବଜାର ନିକଟରେ ଏକ ପରିଶ୍ରାଗାର ନର୍ମାଣ ଆଦି ଦାବୀରେ ଆଜି ଏହି ଅନଶନ ଆରମ୍ଭ ହୋଇଛି। ଆଜି ଆରମ୍ଭ ହୋଇଥିବା ଏହି ଅନଶନକୁ ପୌରାଞ୍ଚଳର ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି। ସେହିପରି ପୌରାଞ୍ଚଳର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଅନଶନ ସ୍ଥଳରେ ପହଞ୍ଚି ଅନଶନକାରୀଙ୍କୁ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories