www.samajalive.in
Monday, December 8, 2025
17.1 C
Bhubaneswar

ଆଜିଠାରୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର: ପୁଣି ବୃଦ୍ଧି ପାଉଛି କରୋନାର ପ୍ରକୋପ। ଚିନ୍ତା ବଢାଉଛି ବିଦେଶୀ ଷ୍ଟ୍ରେନ୍‍। ତେଣୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ଗତ କିଛି ଦିନ ବେହ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବ ପ୍ରସ୍ତୁତି ଆରମ୍ଭ କିରଛି ବିଏମ୍‍ସି। ରବିବାର ବିଏମ୍‍ସି ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସୋମବାରଠାରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। କରୋନା କଟକଣାକୁ କଡାକଡି କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନରମାନକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜିଠାରୁ ରାଜଧାନୀର ପ୍ରତ୍ୟେକ ଛକରେ ମାସ୍କ ଚେକିଙ୍ଗ ପଏଣ୍ଟ ଗୁଡିକରେ ମାସ୍କ ଚେକିଙ୍ଗ ଆରମ୍ଭ ହେବ। ଏହାସହିତ ସମସ୍ତ ସାମଜିକ ସମାବେଶ ସ୍ଥାନରେ, ମଲରେ, ହାଟ, ବଜାର ସବୁଠି ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଚେକିଙ୍ଗକୁ ଜୋରଦାର କରାଯିବ। ଏଥିପାଇଁ ବିଏମସି ପକ୍ଷରୁ ୩ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଗଠନ କରାଯାଇଛି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories