www.samajalive.in
Monday, December 8, 2025
20.1 C
Bhubaneswar

ଭାରତରେ ପହଞ୍ଚିଲା କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି

ହାଇଦ୍ରାବାଦ: ଭାରତରେ ପହଞ୍ଚିଲା କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି। ହାଇଦ୍ରାବାଦ ବିମାନବନ୍ଦରେ ପହଞ୍ଚିଲା ସ୍ଫୁଟନିକ୍‌-ଭି। ଋଷିଆର ପ୍ରଥମ ବ୍ୟାଚ୍‌ ସ୍ଫୁଟନିକ୍‌-ଭି ଭାତରେ ପହଞ୍ଚିଲା। ଡକ୍ଟର ରେଡ୍ଡୀ ଲ୍ୟାବ୍‌କୁ ମିଳିବ ସ୍ଫୁଟନିକ୍‌-ଭି। ପରୀକ୍ଷଣ ପରେ ବ୍ୟବହାର ହେବ। ସ୍ଫୁଟନିକ୍‌-ଭିକୁ ଡିସିଜିଆଇ ଜରୁରୀକାଳୀନ ଅନୁମତି ଦେଇଛି। ଭାରତରେ କରୋନା ମହାମାରୀ ବିରୋଧରେ ତୃତୀୟ ଟିକା ଭାବେ ବିବେଚନା କରାଯାଉଛି। ଡକ୍ଟର୍ ରେଡ୍ଡି ଲ୍ୟାବ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଜିଭି ପ୍ରସାଦ କହିଛନ୍ତି ଯେ ଭାରତକୁ ଟିକା ଆଣିବା ନିମନ୍ତେ ‘ଆର୍‌ଡିଆଇଏଫ୍’ ସହ ଭାଗୀଦାର ହୋଇଥିବାରୁ ଆମେ ଆନନ୍ଦିତ। ଭାରତୀୟ ନିୟନ୍ତ୍ରକଙ୍କ ଆବଶ୍ୟକତା ପ୍ରମାଣ କରିବାକୁ ଆମେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବୁ। ଭାରତରେ କୋଭିଡ୍-୧୯ ବିରୋଧରେ ଆମର ସଂଗ୍ରାମ ନିମନ୍ତେ ‘ସ୍ପୁଟ୍‌ନିକ୍-ଭି’ ଟିକା ବିଶ୍ବସନୀୟ ବିକଳ୍ପ ଯୋଗାଇପାରେ ବୋଲି ପରିଚାଳନା ନିର୍ଦେଶକ ଜିପି ପ୍ରସାଦ ପ୍ରକାଶ କରିଛନ୍ତି।

- Advertisement -

ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆର୍‌ଡିଆଇଏଫ୍’)ର ସିଇଓ କିରିଲ୍ ଡିମିତ୍ରିଏଭ୍ କହିଛନ୍ତି ଯେ ଭାରତରେ ଡକ୍ଟର୍ ରେଡ୍ଡିର ଅଂଶୀଦାର ହୋଇ ଆମେ ଖୁବ୍‌ ଆନନ୍ଦିତ। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଆମର ବିଶ୍ବାସ କୋଭିଡ୍-୧୯ ବିରୋଧରେ ଲଢ଼ିବାକୁ ଆମର ମାନବ ଏଣ୍ଡିନୋଭାଇରସ୍ ଯୁଗ୍ମ ବାହକଭିତ୍ତିକ ଟିକା ଭାରତକୁ ନିରାପଦ ଏବଂ ବୈଜ୍ଞାନିକସିଦ୍ଧ ବିକଳ୍ପ ଯୋଗାଇ ଦେବ।


ଏଠାରେ ସୂଚନା ଯୋଗ୍ୟ ଯେ ଋଷର ସଭରେନ ୱେଲଥ୍‌ ଫଣ୍ଡ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡକ୍ଟର ରେଡ୍ଡିକୁ ୧୦କୋଟି କରୋନା ଟିକା ବିକ୍ରି କରିବାକୁ ସମ୍ମତି ପ୍ରକାଣ କରିଛି। ଏଥିପାଇଁ ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍) ମଧ୍ୟସ୍ଥତାରେ ବୁଝାମଣା ହୋଇଛି। ‘ଆର୍‌ଡିଆଇଏଫ୍’ ପକ୍ଷରୁ କୁହାଯାଇଛି ଯେ, ଭାରତରେ ‘ସ୍ପୁଟିନିକ-ଭି’ ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ ‘ଡକ୍ଟର୍ ରେଡ୍ଡି ଲ୍ୟାବ୍‌’କୁ ସହଯୋଗ ପାଇଁ ରାଜି ହୋଇଛି। ଉତ୍ତମରୂପେ ଅଧ୍ୟୟନ ହୋଇଥିବା ଏଡି‌ନୋଭାଇରାଲ୍‌ ମାଧ୍ୟମ ଭିତ୍ତିରେ ଆଧାରିତ ଓ ନିରାପଦ ପ୍ରମାଣିତ ହୋଇଥିବା ‘ସ୍ପୁଟ୍‌ନିକ୍-ଭି’ ଟିକାକୁ ସମ୍ପ୍ରତି ନୈଦାନିକ ପରୀକ୍ଷା ହୋଇଛି। ଭାରତୀୟ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ପଞ୍ଜୀକରଣ କରାଯିବା ପରେ ଏହି ଟିକା ଯୋଗାଣ କରାଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories