www.samajalive.in
Friday, December 12, 2025
14.1 C
Bhubaneswar

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଠାରେ ଆସନ୍ତା ଅକ୍ଟୋବର ମାସ ୨୯ ତାରିଖ ଦିନ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ ଆୟୋଜିତ ହେବ। ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜ ଜୀବନ ସମର୍ପି ଦେଇଥିବା ତଥା ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପ୍ରକାଶଯୋଗ୍ୟ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୨୯ ତାରିଖ ଦିନ ସକାଳ ୭.୩୦ ଘଟିକାରେ ପ୍ରାୟ ୨୦୦୦ରୁ ଅଧିକ ଲୋକ କଳିଙ୍ଗ ଷ୍ଟାଡିୟମଠାରେ ଏକତ୍ରୀତ ହୋଇ ୦୫ କି. ମି. ମାରାଥନ୍‌ ଦୌଡ଼ରେ ଯୋଗଦେବେ।

ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମର ଆୟୋଜନ ସମ୍ବନ୍ଧରେ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜର ଅବଦାନ ଦେଇଥିବା ଲୌହମାନବ ଶ୍ରୀ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ସମ୍ମାନରେ ଉତ୍ସର୍ଗୀକୃତ। କାର୍ଯ୍ୟକ୍ରମରେ ପ୍ରାୟ ୨୦୦୦ରୁ ଅଧିକ ନାଗରିକ ଅଂଶଗ୍ରହଣ କରିବା ଆମ ପାଇଁ ଉତ୍ସାହଜନକ। ଆମେ ସମସ୍ତେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୀବନ ଏବଂ ଆଦର୍ଶରେ ପ୍ରେରିତ ହୋଇ ଆମ ଭିତରେ ଥିବା ଭାଇଚାରା, ଶାନ୍ତି ଏବଂ ସମୃଦ୍ଧିର ବନ୍ଧନକୁ ସୁଦୃଢ କରିବା ସହ ବିକଶିତ ଓ ସମୃଦ୍ଧ ଭାରତର ସ୍ବପ୍ନକୁ ବାସ୍ତବିକତାରେ ପରିଣତ କରିବା ପାଇଁ କାର୍ଯ୍ୟରତ ହେବା ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories