www.samajalive.in
Monday, December 8, 2025
20.1 C
Bhubaneswar

ନିଜ ଘରୁ ମିଳିଲା ଅଭିନେତାଙ୍କ ମୃତଦେହ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତା ପ୍ରଦୀପ କେ ବିଜୟନଙ୍କ ପରଲୋକ ଘଟିଛି। ବୁଧବାର ପଲଭକ୍କମସ୍ଥିତ ତାଙ୍କ ଘରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଜୟନଙ୍କ ବନ୍ଧୁ ଦୁଇ ଦିନ ହେଲା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ଫୋନ୍‌ ନ ଉଠାଇବାରୁ ସେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଅଭିନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

- Advertisement -

ସୂଚନାଯୋଗ୍ୟ, ଅଭିନେତା ପ୍ରଦୀପ କେ ବିଜୟନ ‘ଥେଗିଡି’ରେ ନିଜ ଅଭିନୟ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଏହା ବ୍ୟତୀତ ସେ ‘ଟେଡି’, ‘ଇରୁମ୍ବୁ ଥିରାଇ’ ଏବଂ ‘ରୁଦ୍ରନ୍’ ଆଦି ଚଳଚ୍ଚିତ୍ରରେ କାମ କରିଛନ୍ତି।

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories