www.samajalive.in
Monday, December 8, 2025
20.1 C
Bhubaneswar

ଘରେ ସ୍ମାର୍ଟ ଠିକଣା, ମାର୍ଚ୍ଚ ସୁଦ୍ଧା ସରିବ ସର୍ବେକ୍ଷଣ

ଭୁବନେଶ୍ବର: ଲୋକଙ୍କ ଘରେ ଲାଗିଲା ସ୍ମାର୍ଟ ଠିକଣା। କଲୋନୀର ପ୍ରତି ଘରକୁ ଗୋଟିଏ ଡିଜିଟାଲ ନମ୍ବରରେ ଯୋଡ଼ିିବା ନେଇ ଗତ ଜୁନ୍‌ରେ ବିଏମ୍‍ସି ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ କରୋନା ନିମ‌େନ୍ତ ସର୍ବେକ୍ଷଣରେ ପ୍ରତିବନ୍ଧକ ହୋଇଥିଲା। ସୋମବାରଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ବିଏମ୍‌ସିର ୬୭ଟି ୱାର୍ଡ ମଧ୍ୟରୁ ପରୀକ୍ଷାମୂଳକଭାବେ ଉତ୍ତର ଜୋନ୍‌ର ୱାର୍ଡ ନଂ ୬ , ଦକ୍ଷିଣ-ପଶ୍ଚିମ ଜୋନ୍‌ର ୱାର୍ଡ ନଂ ୨୩ ଏବଂ ଦକ୍ଷିଣ-ପୂର୍ବର ୱାର୍ଡ ନଂ ୩୦ରେ ସର୍ଭେ ହୋଇଛି। ଏହା ୧୨ ଦିନ ଚାଲିବ। ଅନ୍ୟ ଅଞ୍ଚଳରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେବ। ସେହିପରି ପ୍ରତି ଗଳିରେ ସୂଚନାଫଳକ ଲାଗିବ। ଉକ୍ତ କାର୍ଯ୍ୟ ଏପ୍ରିଲ ଭିତରେ ସରିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତର ଜୋନ୍‌ର ୬ ନମ୍ବର ୱାର୍ଡରେ କିଟ୍‍ ବିଶ୍ବବିଦ୍ୟାଳୟ ଅଞ୍ଚଳରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦକ୍ଷିଣ-ପୂର୍ବ ଜୋନ୍‍ର ୱାର୍ଡ ନଂ ୩୦ ବିଏମ୍‍ସି ଭବାନୀ ମଲ୍‍ଠାରୁ ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‍ ୨୩ ନମ୍ବର ୱାର୍ଡର ଆମ୍ରି ହସ୍ପିଟାଲ୍‍ଠାରୁ ସର୍ଭେ ହୋଇଛି। ବସ୍ତିକୁ ଛାଡ଼ି କଲୋନୀ ଅଞ୍ଚଳରେ ସର୍ଭେ ଚାଲିଛି। ବିଏମ୍‌ସି ଟିମ୍‌ ଜିଓ ଟ୍ୟାଗିଂ ଆଧାରରେ ଘର/ଜମି ଚିହ୍ନଟ କରୁଛନ୍ତି। ଘର/ଜମିର ଅଞ୍ଚଳ, ବିଦ୍ୟୁତ୍‌ ସଂଯୋଗ, ଗୃହକର୍ତ୍ତାଙ୍କ ଫୋନ୍‌ ନମ୍ବର, କୋଠାର ମହଲା ସଂଖ୍ୟା ଆଦି ସଂଗ୍ରହ କରି ସ୍ମାର୍ଟ ଆଡ୍ରେସ୍‌ ସର୍ଭରରେ ରଖୁଛନ୍ତି। ଏହାପରେ ପ୍ରତି ଘରର ସ୍ମାର୍ଟ ଠିକଣା ପ୍ରସ୍ତୁତି ହେଉଛି। ଗୋଟିଏ ଡିଜିଟାଲ ନମ୍ବରେ ଘରର ସମସ୍ତ ବିବରଣୀ ଯଥା- ଘର/ଜମି ସ୍ଥାନ, ୱାର୍ଡ, ଗଳି, ନିକଟସ୍ଥ ଠିକଣା ଆଦି ରହୁଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ସର୍ଭେ ପୂର୍ବରୁ ଓକାକ୍‍ଠାରୁ ମାନଚିତ୍ର ସଂଗ୍ରହ କରାଯାଇ ଅମିନ, ୱାର୍ଡ ଅଫିସର ଏବଂ ଜୋନାଲ୍‍ ଡେପୁଟି କମିସନରଙ୍କ ସଂଯୋଜନାରେ ସ୍ଥାନୀୟ ନକ୍ସା ପ୍ରସ୍ତୁତି ହୋଇଛି। ସର୍ବେକ୍ଷଣରେ ଜିଓ ଟ୍ୟାଗିଂ ସହାୟତାରେ ଘରର ବିବରଣୀ ଯାହାକି ୱାର୍ଡ, ଗଳି ବା ରାସ୍ତା, ନିକଟସ୍ଥ ସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ ହେଉଛି। ସର୍ବେକ୍ଷଣ ତଥ୍ୟକୁ ଆଧାର କରି ବିଭିନ୍ନ ସ୍ଥାନର କୋଡ୍ ନମ୍ବର ପ୍ରସ୍ତୁତି ହେବ। ପ୍ରତି ଘରର ସ୍ବତନ୍ତ୍ର ଡିଜିଟାଲ ନମ୍ବର ରହିବ।

ଏହି ପରୀକ୍ଷାମୂଳକ ସର୍ବେକ୍ଷଣ ୧୨ ତାରିଖରେ ଶେଷ ହେବାକୁ ଥିବାବେଳେ ୧୩ ଫେବୃଆରୀରୁ ୩୧ ମାର୍ଚ୍ଚ-୨୦୨୧ ମଧ୍ୟରେ ଅନ୍ୟ ସମସ୍ତ ଅଞ୍ଚଳର ସର୍ବେକ୍ଷଣ ସରିବ। ଏପ୍ରିଲ୍‍ରେ ଷ୍ଟ୍ରିଟ୍‍ ସାଇନେଜ୍‍ (ମାର୍ଗ ଫଳକ) ଲଗାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ଡେପୁଟି କମିସନର ରାଜସ୍ୱ ଶ୍ରୀମନ୍ତ ମିଶ୍ର କହିଛନ୍ତି। ହାଇଦରାବାଦର ନବଯୁଗ ସ୍ପାସିଆଲ୍‍ ଟେକ୍ନୋଲୋଜି ପ୍ରାଇଭେଟ୍‍ ଲିମିଟେଡ଼ ଏହି ସର୍ବେକ୍ଷଣ କରୁଛି। ଏଥିରେ ୩.୭୬ କୋଟି ବ୍ୟୟ ଅଟକଳ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories