ମୁମ୍ବଇ: ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଶ୍ରୀକୃଷ୍ଣ’। ରବିବାରଠାରୁ ପ୍ରତ୍ୟେକ ଦିନ ରାତି ୯ଟାରେ ଦର୍ଶକ ଏହାକୁ ଦେଖିପାରିବେ। ଏନେଇ ଦୂରଦର୍ଶନ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଶନିବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଦୂରଦର୍ଶନରେ ‘ଉତ୍ତର ରାମାୟଣ’ର ଶେଷ ଏପିସୋଡ ଆଜି ପ୍ରସାରିତ ହେବ। ଏହି ଧାରାବାହିକ ସରିବା ପରେ ସେହି ସମୟରେ ଶ୍ରୀକୃଷ୍ଣ ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
कल, रविवार 3 मई, से रोज रात 9 बजे देखें – भगवान श्री कृष्ण के महिमा की कथा – “श्री कृष्णा”, केवल @DDNational चैनल पर! जरूर देखे।@PIB_India @PIBHindi @PMOIndia @DDNewsHindi @BJP4India @BJP4Maharashtra
— Prakash Javadekar (@PrakashJavdekar) May 2, 2020
ସୂଚନାଯୋଗ୍ୟ, ‘ଶ୍ରୀକୃଷ୍ଣ’ ପ୍ରଥମେ ୧୯୯୩ରୁ ୧୯୯୬ ଯାଏଁ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଶ୍ରୀକୃଷ୍ଣର ନିର୍ଦ୍ଦେଶନା ମଧ୍ୟ ରାମାନନ୍ଦ ସାଗର ଦେଇଥିଲେ। ଏହି ସିରିଏଲ ଟିଭିରେ ଆସିବା ପୂର୍ବରୁ ଲୋକମାନେ ଉତ୍ସାହର ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ। ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।



