ସୁଆଣ୍ଡୋ: ମହାଶିବରାତ୍ରି ଅବସରରେ ପୁରୀ ଜିଲାର ପ୍ରସିଦ୍ଧ ଶୈବପୀଠ ଯୋଡାଲିଙ୍ଗ ଓ ବରାଳ ବାଲୁଙ୍କେଶ୍ବର ନିକଟରେ ଶ୍ରଦ୍ଧାଳୁ କୋଭିଡ କଟକଣା ମାନି ଶିବ ଦର୍ଶନ କରିଛନ୍ତି। ବାରିକେଡ଼ ବାଟ ଦେଇ ସମସ୍ତେ ଫୁଲ, ବେଲପତ୍ର, ଧୂପ, ଦୀପ ନେଇ ଧାଡିରେ ଯାଇ ପ୍ରଭୁ ଦର୍ଶନ କରିଛନ୍ତି। ମେଳା ପଡିଆରେ କୌଣସି ଦୋକାନ ବଜାର ବସି ନ ଥିଲା। ସତ୍ୟବାଦୀରେ ଥିବା କୁଶଳେଶ୍ବର, ନୀଳକଣ୍ଠେଶ୍ଵର, ଗତିଶ୍ୱର, ଲୋକେଶ୍ୱର, କୁଣ୍ଡଳେଶ୍ୱର, ବିଲକପିଳେଶ୍ୱର ଆଦି ଶିବାଳୟ ଗୁଡିକରେ ବିଶ୍ଵଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ, ନାମ ସଂକୀର୍ତ୍ତନ, ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଛି। ତେବେ କୋଭିଡ କଟକଣା ଯୋଗୁ ମେଳା ଫିକା ପଡିଯାଇଛି। ପୁରୀ ସଦର ଥାନା ଆଇଆଇସିଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଯୋଡାଲିଙ୍କଠାରେ ଥିବା ବେଳେ ସତ୍ୟବାଦୀ ପୁଲିସ ବରାଳରେ ଉପସ୍ଥିତ ରହିଛନ୍ତି।
Popular Categories



