www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମେଗା ଋଣମେଳା

ଫୁଲବାଣୀ: ସ୍ଥାନୀୟ ଷ୍ଟେଟବ୍ୟାଙ୍କ ତାଲିମକେନ୍ଦ୍ର ପରିସରରେ ଶୁକ୍ରବାର ବ୍ୟାଙ୍କ ତରଫରୁ ଏକ ମେଗା ଋଣମେଳା ଆୟୋଜିତ ହୋଇଯାଇଛି। କନ୍ଧମାଳ ସମେତ ବୌଦ୍ଧ, ଗଞ୍ଜାମ, ଗଜପତି ଜିଲାର ୭୨୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୧୧.୦୯ କୋଟିର ଋଣ ମଞ୍ଜୁର କରାଯାଇଥିବା ଆଜିର କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି। ଏଥି ମଧ୍ୟରେ କନ୍ଧମାଳ ଜିଲାର ୩୦୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୪.୯୫ କୋଟି, ବୌଦ୍ଧ ଜିଲାର ୧୦୯ଟି ଗୋଷ୍ଠୀ ପାଇଁ ୧.୬୩ କୋଟି, ଗଂଜାମ ଜିଲାର ୨୧୧ଟି ଗୋଷ୍ଠୀ ପାଇଁ ୩.୧୧ କୋଟି ଏବଂ ଗଜପତି ଜିଲାର ୧୦୦ ଗୋଷ୍ଠୀ ପାଇଁ ୧.୪୦କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି। ଆଜି ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଡଃ ଡି ବୃନ୍ଦା ଡି ମୂଖ୍ୟଅତିଥି ଭାବେ ଯୋଗ ଦେଇ ଏହା ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସୁଦୃଢ କରିବ ବୋଲି ମୁଖ୍ୟ ଅତିଥି କହିଥିଲେ। ଆଜି ମଞ୍ଚ ଉପରେ ମୁଖ୍ୟଅତିଥି ଜିଲାପାଳ ବାଲିଗୁଡା, ଚକାପାଦ, ଫିରିଙ୍ଗିଆ, ଫୁଲବାଣୀ, ଜି.ଉଦୟଗିରି, ଟିକାବାଲି, ଖଜୁରୀପଡା ଓ କେ ନୂଆଗାଁର ସମୂଦାୟ ୭୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ କୋଟି ୨୦ ଲକ୍ଷ ୧୦ ହଜାର ଋଣ ମଞ୍ଚ ଉପରେ ପ୍ରଦାନ କରିଥିଲେ। ଅନ୍ୟ ଗୋଷ୍ଠୀମାନଙ୍କ ପାଇଁ ମଞ୍ଜୁର ହୋଇଥିବା ଋଣ ସେମାନେ ନିଜ ନିଜ ଶାଖାରୁ ପାଇବେ ବୋଲି ଜଣାଯାଇଛି।

ଆଜିର ଏହି ଋଣ ମେଳା କାର୍ଯ୍ୟକ୍ରମରେ ଏସବିଆଇ ମହା ପ୍ରବନ୍ଧକ ବିଜୟ କୁମାର କୁଜୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ ମହାପ୍ରବନ୍ଧକ ସୁନୀଲ ବି ଖଇରନାର, ଶାକ୍ୟସିଂହ ବୈରାଗୀ, ଫୁଲବାଣୀ ଆଞ୍ଚଳିକ ପ୍ରବନ୍ଧକ ବିକ୍ରମ କେଶରୀ ମାନ୍ଧାତା ଓ ରାୟଗଡା ଆଂଚଳିକ ପ୍ରବନ୍ଧକ ମନୋରଂଜନ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଲବାଣୀ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କଳ୍ପତରୁ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମୁଖ୍ୟ ପରିଚାଳକ ଦେବାଶୀଷ ପରିଡା, ବିଷ୍ଣୁ କୁମାର ସାହାଣୀ, ଜୀବନ ସାହୁ ଓ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ପ୍ରଧାନ ସହଯୋଗ କରିଥିବା ବେଳେ ଅଭିରାମ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories