www.samajalive.in
Monday, December 8, 2025
20.1 C
Bhubaneswar

୨ଲକ୍ଷ ମୁଚାଲିକା ବିନିମୟରେ ବିଦେଶ ଯାଇପାରିବେ ଶଶି ଥରୁର

ନୂଆଦିଲ୍ଲୀ: ସୁନନ୍ଦା ପୁସ୍କର ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ତାଲିକାରେ ଥିବା ବରିଷ୍ଠ କଂଗ୍ରେସ ନେତାଙ୍କୁ ୨ଲକ୍ଷ ମୁଚାଲିକା ବିନିମୟରେ ବିଦେଶ ଗସ୍ତର ଅନୁମତି ମିଳିଛି। ସୁନନ୍ଦା ପୁସ୍କର ମାମଲାରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିଛି। ଏହି ଅଗ୍ରୀମ ଜାମିନରେ ସମୟାନୁକ୍ରମେ ତାଙ୍କୁ କୋର୍ଟରେ ହାଜର ହେବା, ତଦନ୍ତରେ ସହଯୋଗ କରିବା ଓ ବିନା ଅନୁମତିରେ ବିଦେଶକୁ ଗସ୍ତ ନକରିବାକୁ ନିର୍ଦେଶ ଦିଆଯାଇ ଥିଲା।
ତେବେ ନିକଟରେ ସାଂସଦ ଶଶି ଥରୁର ପଟିଆଲା କୋର୍ଟରେ ବିଦେଶ ଗ୍ରସ୍ତ କରିବାର ଆଗ୍ରହ ପ୍ରକାଶ କରି ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ୨ଲକ୍ଷ ଟଙ୍କା ମୁଚାଲିକା ବିନିମୟରେ ବିଦେଶ ଗସ୍ତ କରିବାର ଅନୁମତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ କେତେ ଦିନ ପାଇଁ କେଉଁଠି ଯାଉଛନ୍ତି ଏ ସମ୍ପର୍କରେ ମଧ୍ୟ କୋର୍ଟକୁ ଅବଗତ କରାଇବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories