www.samajalive.in
Monday, December 8, 2025
20.1 C
Bhubaneswar

କରୋନା‌ ଟିକା ‘କୋଭିସିଲ୍‌ଡ୍‌’ର ଉତ୍ପାଦନ ଲାଗି ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’କୁ ଅନୁମତି ଦେଲେ ‘ଡିସିଜିଆଇ’

ନୂଆଦିଲ୍ଲୀ: କରୋନା ଟିକା ‘କୋଭିସିଲ୍‌ଡ୍‌’ର ଉତ୍ପାଦନ କରିବା ଲାଗି ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ଆଜି ଅନୁମତି ପ୍ରଦାନ କରାଯାଇଛି।

ପୁଣେସ୍ଥିତ ଏହି କମ୍ପାନି ପୂର୍ବରୁ କହିଥିଲା ଯେ, ଅକ୍‌ସ୍‌ଫୋର୍ଡ ୟୁନିଭର୍ସିଟିଦ୍ୱାରା ବିକଶତ କରୋନାଭାଇରସ୍‌ ଟିକା ‘ସିଏଚ୍‌ଏଡିଓଏକ୍ସ୍‍ ଏକ୍ସ୧ ଏନ୍‌ସିଓଭି-୨୦୧୯’ ୫୬ରୁ ୬୯ ଏବଂ ୭୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି। ଅକ୍ସ୍‍ଫୋର୍ଡର ‘କୋଭିସିଲ୍‌ଡ୍‌’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’କୁ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ‘ଡିସିଜିଆଇ’ ‘ସେରମ୍‌‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ, ଏକ ସମ୍ବାଦ ସରବରାହ ସଂସ୍ଥାକୁ ଟେଲିଫୋନ୍‌ରେ ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି ଯେ, ଘରୋଇ ବଜାରରେ ଟିକା ବିକ୍ରୟ କରିବା ଲାଗି କମ୍ପାନିକୁ ମନା କରାଯାଇଛି। ସେ କହିଛନ୍ତି ଯେ, ଏବେ ଆମେ କେବଳ ସରକାରଙ୍କୁ ହିଁ ଟିକା ଯୋଗାଇ ଦେବୁ।

 

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories